ଓଡ଼ିଶା 365 (ବ୍ୟୁରୋ) : ଭାରତରେ ଆରମ୍ଭ ହୋଇଛି ପ୍ରଥମ ସବୁଜ ହାଇଡ୍ରୋଜେନ ଚାଳିତ ବସ୍କୁ । ପ୍ରଥମ ସବୁଜ ହାଇଡ୍ରୋଜେନ ଚାଳିତ ବସ୍କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂ ପୁରୀ । ଭାରତର ସବୁଠାରୁ ବଡ ତୈଳ କମ୍ପାନୀ ଆଇଓସି ଏହି ବସ୍ ନିର୍ମାଣ କରିଛି। ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରତା କମାଇବାରେ ଏହି ବସ ବେଶ ସହାୟକ ହେବ ବୋଲି କହିଛନ୍ତି ହରଦୀପ ସିଂ ପୁରୀ । ଏହି ବସ ବର୍ତ୍ତମାନ ପରୀକ୍ଷାମୂଳକ ଭାବେ ଏବେ ଏହା ଦିଲ୍ଲୀରେ ଚାଲିବ। ଫରିଦାବାଦରେ ଥିବା ଆଇଓସି ପ୍ଲାଣ୍ଟ ସବୁଜ ହାଇଡ୍ରୋଜେନ ଉତ୍ପାଦନ କରୁଛି । ୩୦ କିଲୋଗ୍ରାମ କ୍ଷମତା ବିଶିଷ୍ଟ ଚାରୋଟି ସିଲିଣ୍ଡର ଥିବା ବସ୍ ଥରକେ ୩୫୦ କିଲୋମିଟର ପର୍ଯ୍ୟନ୍ତ ଚାଲିପାରିବ । ୨୦୨୩ ଶେଷ ସୁଦ୍ଧା ଆଇଓସି ବସ୍ ସଂଖ୍ୟାକୁ ୧୫କୁ ବୃଦ୍ଧି କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ହରଦୀପ ସିଂ ପୁରୀ ।ଏକ କିଲୋଗ୍ରାମ ସବୁଜ ହାଇଡ୍ରୋଜେନ ଉତ୍ପାଦନ ପାଇଁ ୫୦ ୟୁନିଟ୍ ଅକ୍ଷୟ ବିଦ୍ୟୁତ୍ ଏବଂ ୯ କିଲୋଗ୍ରାମ ଡିଓନାଇଜଡ୍ ଜଳ ଆବଶ୍ୟକ ହେବ । ଦିଲ୍ଲୀ, ହରିୟାଣା ଏବଂ ଉତ୍ତରପ୍ରଦେଶରେ ଚିହ୍ନିତ ମାର୍ଗରେ ସବୁଜ ହାଇଡ୍ରୋଜେନ୍ ଦ୍ୱାରା ଚାଳିତ ୧୫ଟି ବସ ଚାଲିବ | କେନ୍ଦ୍ର ସରକାର ସ୍ୱଚ୍ଛ ତଥା ସବୁଜ ଶକ୍ତି ଉପରେ ଉଚ୍ଚାଭିଳାଷୀ ଯୋଜନା ପ୍ରସ୍ତୁତ କରିଛନ୍ତି ।