ଓଡ଼ିଶା 365 (ବ୍ୟୁରୋ): ଆଜି ବିଧାନସଭା ମୌସୁମୀ ଅଧିବେଶନର ତୃତୀୟ ଦିନ । ଗତକାଲି ପରି ଆଜି ବି ସରଗରମ ରହିପାରେ ଗୃହ । ଗତକାଲି ଭଳି ଆଜି ବି ବିରୋଧୀ ଉଠାଇପାରନ୍ତି ୫-ଟି ସଚିବ ପ୍ରସଙ୍ଗ । ଏହା ସହ ପ୍ରଶ୍ନକାଳରେ ବିଭିନ୍ନ ଗରୁତ୍ୱପୂର୍ଣ୍ଣ ବିଭାଗର ଆଲୋଚନା ରହିଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ, ଦକ୍ଷତା ଓ ବୈଷୟିକ ଶିକ୍ଷା ବିଭାଗ, ନଗର ଉନ୍ନୟନ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି । ଏହା ସହ ପ୍ରତାପ ଜେନାଙ୍କ ପ୍ରସଙ୍ଗ ଉଠିପାରେ ବୋଲି ଅନୁମାନ କରାଯାଉଛି ।
ସୂଚନାଯୋଗ୍ୟ, ଗତକାଲି ବିରୋଧୀମାନେ ୫-ଟି ସଚିବ ପ୍ରସଙ୍ଗ ଉଠାଇ ଗୃହ ମଧ୍ୟ ଭାଗକୁ ଆସି ନାରାବାଜି କରିଥିଲେ । ଫଳରେ ପ୍ରଶ୍ନକାଳ ହୋଇପାର ନଥିଲା । ବାରମ୍ବାର ଗୃହକୁ ମୁଲତବୀ କରିଥିଲେ ବାଚସ୍ପତି । ଏଥି ମଧ୍ୟରେ ମୁଖ୍ୟମନ୍ତ୍ରୀ ୫ ଟି ସଚିବଙ୍କ ଗସ୍ତକୁ ନେଇ ନିଜର ସ୍ପଷ୍ଟୀକରଣ ରଖିଥିଲେ । ବିଜେପି ସଦସ୍ୟ ମାନେ ଗୃହରେ ୫-ଟି ସଚିବଙ୍କ ଗସ୍ତ ସମ୍ପର୍କରେ ପ୍ରସଙ୍ଗ ଉଠାଇ ନାରାବାଜି କରିଥିବାବେଳେ ।