ଓଡ଼ିଶା 365 (ବ୍ୟୁରୋ) : ସନାତନ ଧର୍ମ ବିବାଦକୁ ନେଇ ନୂଆଦିଲ୍ଲୀରେ ବହୁସଂଖ୍ୟାରେ ହିନ୍ଦୁ ସନ୍ଥମାନେ ଏକାଠି ହୋଇଛନ୍ତି । ଏକାଠି ହୋଇ ଡିଏମ୍କେ ନେତା ଉଦୟନିଧି ଷ୍ଟାଲିନଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହାସହ ତାମିଲନାଡୁ ଭବନଠାରେ ସେମାନେ ଉଦୟନିଧିଙ୍କ କୁଶପୁତ୍ତଳିକା ମଧ୍ୟ ଦାହ କରିଛନ୍ତି । ହିନ୍ଦୁ ବିରୋଧୀ ବୟାନ ଦେଉଥିବା ନେତାଙ୍କ ଉପରେ କଡ଼ା ଯବାବ ଦେଇଛନ୍ତି ସନ୍ଥମାନେ । ହିନ୍ଦୁ ବିରୋଧୀ ମନ୍ତବ୍ୟ ଦେଉଥିବା ଅନ୍ୟ ରାଜନେତାମାନଙ୍କ ବିରୋଧରେ ସ୍ଲୋଗାନ ମଧ୍ୟ ଦେଇଛନ୍ତି । ଦିଲ୍ଲୀ ସନ୍ଥ ମହାମଣ୍ଡଳ ବ୍ୟାନରରେ ହିନ୍ଦୁ ସନ୍ଥମାନେ ସରୋଜିନୀ ନଗର ମନ୍ଦିରଠାରୁ ତାମିଲନାଡୁ ଭବନ ପର୍ଯ୍ୟନ୍ତ ଶୋଭାଯାତ୍ରା କରିଛନ୍ତି । ପୋଲିସ ଅଟକାଇବାରୁ ସେମାନେ ଉଦୟନିଧିଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି । ଡିଏମ୍କେ ନେତା ଉଦୟନିଧି ଷ୍ଟାଲିନଙ୍କ ଅଡ଼ୁଆ ବଢିବାରେ ଲାଗିଛି ।