ଓଡ଼ିଶା 365 (ବ୍ୟୁରୋ): ନୂଆ ମୋଡ଼
ନେଇପାରେ ଓଲିଉଡ ଷ୍ଟାର ଦମ୍ପତି ବର୍ଷା-ଅନୁଭବଙ୍କ ଘରୋଇ ହିଂସା ମାମଲା । କିଛିଦିନ ତଳେ ଫାଲିଲି
କୋର୍ଟରେ ଉଭୟ ପକ୍ଷର ଡିଭର୍ସ ଆବେଦନ ଖାରଜ ହେବାପରେ ଆଜି କଟକ SDJM କୋର୍ଟରେ ହାଜର ହୋଇଛନ୍ତି ଉଭୟ
ବର୍ଷା ଓ ଅନୁଭବ । କୋର୍ଟରେ ଉଭୟଙ୍କୁ କାଉନସେଲିଂ କରାଯାଉଛି । ତେବେ ଆଜିର ଶୁଣାଣିରେ କଣ
ଫଇସଲା ହେବ ତା’ ଉପରେ ଏବେ ସମସ୍ତଙ୍କ ନଜର ।
ସୂଚନାଯୋଗ୍ୟ ଯେ, ଗତ ୩ ବର୍ଷ ଧରି କୋର୍ଟରେ ବିଚାରଧୀନ
ରହିଛି ଷ୍ଟାର ଦମ୍ପତିଙ୍କ ଘରୋଇ ହିଂସା ମାମଲା ।
କିଛି ଦିନ ତଳେ ଦୁଇ ଜଣଙ୍କ ଆବେଦନ ଖାରଜ କରିଥିଲେ କୋର୍ଟ । ଅନୁଭବ ବିବାହ ବିଚ୍ଛେଦ ଆବେଦନ
କରିଥିବା ବେଳେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ସ୍ୱାମୀ-ସ୍ତ୍ରୀ ଭାବେ ରହିବା ପାଇଁ ଆବେଦନ
କରିଥିଲେ । ଏହି ଦୁଇ ଆବେଦନକୁ ଆବେଦନକୁ କୋର୍ଟ ଖାରଜ କରିଥିଲେ ଫ୍ୟାମିଲ କୋର୍ଟ । ଗୋଟିଏ ପଟରେ
କୋର୍ଟ ଅନୁଭବଙ୍କ ବିବାହ ବିଚ୍ଛେଦ ଆବେଦନକୁ ଖାରଜ କରିଥିବା ବେଳେ ଅନ୍ୟପକ୍ଷରେ ସ୍ୱାମୀ-ସ୍ତ୍ରୀ
ଭାବେ ପୁଣି ଏକାଠି ରହିବାକୁ ବର୍ଷା କରିଥିବା ଆବେଦନକୁ ମଧ୍ୟ କୋର୍ଟ ଖାରଜ କରିଥିଲେ । କୋର୍ଟଙ୍କ ଏଭଳି ଏକ ଆଦେଶକୁ ନେଇ ଚାରିଆଡେ ଆରମ୍ଭ
ହୋଇଯାଇଥିଲା ଚର୍ଚ୍ଚା । ଏହାପରେ ଦେଖାଦେଇଥିଲା ଏକ୍ସ ୱାର୍ । ବର୍ଷା ତାଙ୍କ ଏକ୍ସରେ ଏକ ଫଟୋ
ପୋଷ୍ଟ କରି ସତ୍ୟର ସବୁ ବେଳେ ଜୟ ହୁଏ ବୋଲି ଉଲ୍ଲେଖ କରିଥିବା ବେଳେ ଅନୁଭବ ଗଣମାଧ୍ୟମକୁ କହିଥିଲେ ନ୍ୟାୟର ସର୍ବଦା ଜୟ
ହୁଏ।