ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ବଲିଉଡ କ୍ୟୁଇନ୍ ପରିଣୀତି ଚୋପ୍ରା ଓ ଆପ୍ ସାଂସଦ ରାଘବ ଚଢ଼ାଙ୍କ ଯୋଡି । ବହୁଦିନ ଧରି ତାଙ୍କ ବିବାହକୁ ନେଇ ଚର୍ଚ୍ଚା ଲାଗିରହିଥିଲା । ଶେଷରେ ଦର୍ଶକ ମାନଙ୍କ ଅପେକ୍ଷାର ଅନ୍ତ ଘଟାଇ ଗତକାଲି ଅର୍ଥାତ୍ ରବିବାର ଦିନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ରାଘବ-ପରୀ । ଏହି ଯୋଡିଙ୍କ ବିବାହ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଦୁହେଁ ଉଦୟପୁରରେ ପଞ୍ଜାବୀ ରୀତିନୀତରେ ବିବାହ କରିଥିଲେ। ବଲିଉଡ ଏବଂ ରାଜନୀତିର ବହୁ ହାଇ-ପ୍ରୋଫାଇଲ୍ ବ୍ୟକ୍ତିତ୍ୱ ଏହି ବିବାହ ଉତ୍ସବରେ ଯୋଗ ଦେଇଥିଲେ। ବିିବାହ ସମୟରେ ଉଭୟ କ୍ରିମ୍ ରଙ୍ଗର ପୋଷାକରେ ନଜର ଆସିଛନ୍ତି । ମନୀଷ ମଲହୋତ୍ରାଙ୍କ ବେଜ ରଙ୍ଗର ଲେହେଙ୍ଗାରେ ପରୀ ଚମତ୍କାର ଦେଖାଯାଉଥିବାବେଳେ, ତାଙ୍କ ପୋଷାକ ସହିତ ମେଳ ଖାଉଥିବା ସମାନ ସୁନ୍ଦର ଅଳଙ୍କାର ମଧ୍ୟ ପିନ୍ଧିଥିଲେ। ସେହିପରି ବର ରାଘବ ଚଢା ଏକ ସୂକ୍ଷ୍ମ, ଚମତ୍କାର ପିଙ୍କ ରଙ୍ଗର ପୋଷାକରେ ଖୁବ୍ ସୁନ୍ଦର ଦିଶୁଥିଲେ।ଯାହାର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାକୁ ଲାଗିଛି ।
ସେପଟେ ଭଉଣୀ ବାହାଘରରେ ପ୍ରିୟଙ୍କା ଯୋଗ ଦେଇନଥିବା କଥା ମଧ୍ୟ ଚର୍ଚ୍ଚା ହେଉଛି । ହେଲେ ବର୍ତ୍ତମାନ ଏହାର ପ୍ରକୃତ କାରଣ ସାମନାକୁ ଆସିଛି । ପରୀଙ୍କ ବିବାହ କାର୍ଯ୍ୟକ୍ରମରେ ପ୍ରିୟଙ୍କାଙ୍କ ମା’ ଅର୍ଥାତ୍ ମଧୁ ଚୋପ୍ରା । ସେ ପରିଣୀତିଙ୍କ ସଂଗୀତ ସମାରୋହରୁ ନିଜ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ପ୍ରିୟଙ୍କା ଚୋପ୍ରାଙ୍କ ମା’ ମଧୁ ଚୋପ୍ରାଙ୍କ ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ସେ ପ୍ରିୟଙ୍କାଙ୍କ ଭଉଣୀଙ୍କ ବିବାହରେ ଯୋଗ ନ ଦେବା ପଛର କାରଣ ପ୍ରକାଶ କରିଛନ୍ତି। ମଧୁ ଚୋପ୍ରା କହିଛନ୍ତି ଯେ, ପ୍ରିୟଙ୍କାଙ୍କ ବିବାହରେ ସାମିଲ ନ ହେବାର ପ୍ରକୃତ କାରଣ ହେଉଛି କାମ। କାମ କାରଣରୁ ପ୍ରିୟଙ୍କା ଆସିପାରିନାହାନ୍ତି। ସେ ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ, ପ୍ରିୟଙ୍କା କୌଣସି ଉପହାର ପଠାଇନାହାଁନ୍ତି । କେବଳ ଆଶୀର୍ବାଦ ଦେଇଛନ୍ତି।