ଓଡ଼ିଶା365(ବ୍ୟୁରୋ): ଆପଣମାନେ ରାସ୍ତାରେ ଗାଡି ଚଳାନ୍ତି ଏବଂ ନିୟମ ମଧ୍ୟ ଭାଙ୍ଗନ୍ତି। ତେବେ ଏଥିପାଇଁ ଆପଣଙ୍କ ଗାଡିର ଚାଲାଣ କଟିଥାଏ। ଟ୍ରାଫିକ ପୋଲିସ ଦ୍ୱାରା ସ୍ଥିର କରାଯାଇଥିବା ନିୟମ ପାଳନ ନକଲେ ଗାଡି ମଧ୍ୟ ଜବତ ହୁଏ। ବେଳେବେଳେ ଆପଣଙ୍କୁ ବାଇକ୍ ଚଳାଇବା ସମୟରେ ହେଲମେଟ୍, କାର ଚଳାଇବା ବେଳେ ସିଟ୍ ବେଲ୍ଟ ପିନ୍ଧିବାକୁ ପଡିଥାଏ। ଆପଣ ଭାରତର ନିୟମ ବିଷୟରେ ଅବଗତ ହେବା ଜରୁରୀ । କିନ୍ତୁ ଆପଣ କେବେ ଦୁନିଆର ଅଦ୍ଭୁତ ନିୟମ ବିଷୟରେ ଜାଣିଛନ୍ତି କି? ଆସନ୍ତୁ ଜାଣିବା ସେ ବିଷୟରେ…
ଜର୍ମାନୀରେ ଆପଣ ଯେତେ ଜୋରରେ ଚାହିଁବେ ସେତେ ଜୋରରେ ଗାଡି ଚଳାଇ ପାରିବ । ଏଥିରୁ ଆପଣଙ୍କୁ କୌଣସି ପ୍ରକାରର ଦଣ୍ଡର ବ୍ୟବସ୍ଥା ନାହିଁ, କିନ୍ତୁ ଯଦି ତୁମର କାରରୁ ତେଲ ସରିଯାଏ, ତେବେ ଏହା ଏକ ଅପରାଧ ଭାବରେ ଗଣତି କରାଯାଏ ଏବଂ ଏଥିପାଇଁ ଆପଣଙ୍କୁ ଜୋରିମାନା ଦେବାକୁ ପଡ଼ିଥାଏ ।
ଋଷର ରହିଛି ଭିନ୍ନ ନିୟମ-
ଯଦି ଆପଣ ଋଷର ରାସ୍ତାରେ ଗାଡି ଚଳାଉଛନ୍ତି ଏବଂ ଆପଣଙ୍କ କାରରେ ଧୂଳି ଲାଗିଛି। ତେବେ ଆପଣ ନିୟମ ଭଙ୍ଗ କରୁଛନ୍ତି । ଏଥିପାଇଁ ଆପଣଙ୍କୁ ଜରିମାନା ଦେବାକୁ ପଡିବ । ନିୟମ ଅନୁଯାୟୀ ଗାଡିରେ ନମ୍ବର ସ୍ପଷ୍ଟ ଭାବେ ଦେଖାଯିବା ବାଧ୍ୟତାମୂଳକ ଅଟେ। ସେଥିପାଇଁ ସେଠାକାର ଲୋକମାନେ ସ୍ୱଚ୍ଛ କାର ଚଳାଇବାକୁ ପସନ୍ଦ କରନ୍ତି । ଯଦି ଆପଣ ସ୍ୱିଜରଲ୍ୟାଣ୍ଡରେ ରୁହନ୍ତି ଏବଂ ସପ୍ତାହ ଶେଷରେ ନିଜ କାର ଧୋଇବାକୁ ଚାହାଁନ୍ତି, ତେବେ ଆପଣ ତାହା କରିପାରିବେ ନାହିଁ । ରବିବାର ଦିନ ସେଠାରେ କାର ଧୋଇବା ଉପରେ ନିଷେଧାଦେଶ ରହିଛି। ଯଦି କେହି ଏହା କରନ୍ତି ତେବେ ତାଙ୍କୁ ଜରିମାନା ଦେବାକୁ ପଡିଥାଏ ।