ଓଡ଼ିଶା 365 (ବ୍ୟୁରୋ) : ରାଜ୍ୟରେ ବିଜେପି-ବିଜେଡି କଳି ଦେଖିବାକୁ ମିଳୁଥିବାବେଳେ ଅନେକ ସମୟରେ ଶାସକ-ବିରୋଧି ମଧ୍ୟରେ ଦେଖାଦେଉଛି ତୁ ତୁ ମେ ମେ ।କର୍ମୀ-ନେତା ପରସ୍ପର ମଧ୍ୟରେ କାଦୁଅ ଫିଙ୍ଗାଫିଙ୍ଗି ହେଉଛନ୍ତି, କିନ୍ତୁ ସେପଟେ କେନ୍ଦ୍ର ଓ ରାଜ୍ୟର ଶୀର୍ଷ ନେତୃତ୍ୱ କୋଳାକୋଳି ହେବା ସହ , ମୋଦିଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଭୁବନେଶ୍ୱରରେ ଆୟୋଜିତ ଓଡିଶା ଲିଟେରାରି ଫେଷ୍ଟିଭାଲ-୨୦୨୩ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନବୀନ ମୋଦିଙ୍କୁ ପ୍ରଶଂସା କରିଥିବାବେଳେ ନବୀନ କହିଛନ୍ତି। ପ୍ରଧାନମନ୍ତ୍ରୀ ଦୁର୍ନୀତିର ମୂଳୋତ୍ପାଟନ ପାଇଁ କାମ କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଏହି ଦିଗରେ ଉଠା ଯାଉଥିବା ପଦକ୍ଷେପକୁ ମୁଁ ପ୍ରଶଂସା କରିବା ସହ ନବୀନ କହିଛନ୍ତି, ବିଦେଶ ନୀତି ଓ ମହିଳା ସଶକ୍ତିକରଣ ଭଳି ବିଭିନ୍ନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଯେଉଁ କାମ କରିଛନ୍ତି, ଏଥିପାଇଁ ତାଙ୍କୁ ମୁଁ ୧୦ରୁ ୮ ନମ୍ବର ଦେବି। ଏହି ସରକାର ଅମଳରେ ଦେଶରେ ଦୁର୍ନୀତି କମିଛି। ପ୍ରଧାନମନ୍ତ୍ରୀ ମୋଦୀ ଦୁର୍ନୀତିର ସମୂଳ ବିନାଶ ଏବଂ ଦେଶବାସୀଙ୍କ ସେବା ପାଇଁ ପୂରା ଉଦ୍ୟମ କରିଛନ୍ତି। ଏଥିସହ କେନ୍ଦ୍ରର ଏକକ ନିର୍ବାଚନ ନିଷ୍ପତ୍ତିକୁ ଓଡ଼ିଶା ସ୍ୱାଗତ କରିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସାରେ ପୋତିପକାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ।ଶିକ୍ଷା,ସ୍ୱାସ୍ଥ୍ୟ ଏବଂ ଶିଳ୍ପ କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ନିଆଯାଇଥିବା କହିବା ସହ ଦୁର୍ନୀତି ହଟାଇବା ତାଙ୍କ ସରକାରର ମୂଳ ଲକ୍ଷ୍ୟ।
ରାଜନୀତି ଆବର୍ଜନା ନୁହେଁ, ବରଂ ଲୋକସେବା କରିବାର ଏକ ମାଧ୍ୟମ । ସଂଘୀୟ ବ୍ୟବସ୍ଥାରେ ବିଜେଡି ସରକାର ବିଶ୍ୱାସ କରେ । ଶାନ୍ତି ଓ ଅହିଂସାର ବାର୍ତ୍ତାକୁ ଓଡିଶା ନିଜର ଧର୍ମ ବୋଲି ମାନିଥିଲା । ପ୍ରାକୃତିକ ବିପର୍ୟ୍ୟୟ ସମୟରେ ଓଡିଶା ଦୃଢ଼ ପଦକ୍ଷେପ ଗ୍ରହଣ କରିଛି । ବିପର୍ଯ୍ୟୟ ପରିଚାଳନାକୁ ଜାତିସଂଘ ମଧ୍ୟ ପ୍ରଶଂସା କରିଛି କହିଛନ୍ତି ନବୀନ । ଗୋଟେ ପଟେ କର୍ମୀ କର୍ମୀ ମଧ୍ୟରେ କଳି ଦେଖାଦେଉଥିବାବେଳେ ସେପଟେ ୨ପ୍ରମୁଖ ଦଳର ଶୀର୍ଷ ନେତୃତ୍ୱ ପରସ୍ପର ପ୍ରଶଂସା କରୁଛନ୍ତି, ତେବେ୨୪ ସାଧାରଣ ନିର୍ବାଚନରେ ବିଜେଡି-ବିଜେପି ଏକାସଙ୍ଗେ ନା ଅଲଗାଅଲଗା ଲଢୁଛନ୍ତି ନିର୍ବାଚନ ତାହା ଉପରେ ଏବେ ସମସ୍ତଙ୍କ ନଜର ।