ଓଡ଼ିଶା 365 (ବ୍ୟୁରୋ) : ଏସୀୟ କ୍ରୀଡାରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛି ଭାରତୀୟ ମହିଳା ଦଳ । ଚାରିଆଡୁ ଛୁଟୁଛି ଶୁଭେଛାର ସୁଅ। ପ୍ରଥମ ଥର ୧୯ତମଏସୀୟ କ୍ରୀଡା ସାମିଲ ହୋଇଥିଲା ଭାରତୀୟ ମହିଳା କ୍ରିକେଟ ଟିମ୍, ଫାଇନାଲରେ ଶ୍ରୀଲଙ୍କାକୁ ୧୯ ରନ୍ରେ ହରାଇ ସ୍ୱର୍ଣ୍ଣବାଜି ଜିତିଛି ଭାରତ । ଫାଇନାଲ ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ । ନିର୍ଦ୍ଧାରିତ ୨୦ ଓଭର ବ୍ୟାଟିଂ ୭ ଓ୍ୱିକେଟ୍ ହରାଇ ୧୧୬ ରନ୍ କରିବାକୁ ସକ୍ଷମ ହୋଇଥିଲା ଦଳ । ସ୍ମୃତି ମନ୍ଦାନା ସର୍ବାଧିକ ୪୬ ରନ୍ କରିଥିବା ବେଳେ ରୋଡ୍ରିଗୁସ୍ ୪୨ ରନର ପାରି ଖେଳିଥିଲେ ।
୧୧୭ ରନ୍ର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିବା ଶ୍ରୀଲଙ୍କା ବ୍ୟାଟର ଭାରତୀୟ ବୋଲରଙ୍କ ଆଗରେ ତିଷ୍ଠି ନପାରି। ୨୦ ଓଭରରେ ୮ ଓ୍ବିକେଟ ହରାଇ ୯୭ରନରେ ଅଲଆଉଟ ହୋଇଥିଲା ସିଂହଳି ଦଳ। ଶ୍ରୀଲଙ୍କା ପକ୍ଷରୁ ହାସିନି ପେରେରା ସର୍ବାଧିକ ୨୫ ରନ୍ କରିଥିଲେ। ସେମିରେ ଭାରତ ବାଲାଂଦେଶକୁ ୮ ୱିକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରି ପଦକ ପକ୍କା କରିଥିଲା ଟିମ୍ ଇଣ୍ଡିଆ । ଭାରତୀୟ ମହିଳା ଦଳର ଏଭଳି ସ୍ୱର୍ଣ୍ଣିମ ସଫଳତା ଖୁସି ବ୍ୟକ୍ତି କରିଛନ୍ତି କ୍ରିକେଟ୍ ପ୍ରେମୀ ।