ଓଡ଼ିଶା 365 (ବ୍ୟୁରୋ) : ଚର୍ଚ୍ଚାରେ ବର୍ଷା ଅନୁଭବ ପାରିବାରିକ ବିବାଦ ମାମଲା । ଆଜି ଏସ୍ ଡିଜେଏମ୍ ଅଦାଲତରେ ହଜାର ହେଲେ ଏହି ଷ୍ଟାର ଦମ୍ପତ୍ତି । ଉଭୟଙ୍କ କାଉନସେଲିଂ ପାଇଁ କୋର୍ଟ ଡକାଇଥିଲେ । ସୂଚନା ଅନୁଯାୟୀ, ଆଜି ଏସ୍ ଡିଜେଏମ୍ କୋର୍ଟରେ ହାଜର ହୋଇଛନ୍ତି ବର୍ଷା ଓ ଅନୁଭବ । ଘରୋଇ ହିଂସା ମାମଲାରେ କୋର୍ଟରେ ଚାଲିଛି କାଉନସେଲିଂ । ବର୍ଷା ଘରୋଇ ହିଂସା ନେଇ ଅଭିଯୋଗ ଆଣିଥିଲେ । ଏ ନେଇ କୋର୍ଟରେ ବର୍ଷା ଓ ଅନୁଭବଙ୍କୁ କାଉନସେଲିଂ କରାଯାଉଛି । କିଛି ଦିନ ପୂର୍ବରୁ ଫ୍ୟାମିଲି କୋର୍ଟ ବିବାହ ବିଚ୍ଛେଦ ଆବେଦନ ଖାରଜ କରିଦେଇଥିଲେ । ଗତ ଶୁକ୍ରବାର ଦିନ ବର୍ଷା ପ୍ରିୟଦର୍ଶନୀ ଓ ଅନୁଭବ ମହାନ୍ତି ପାରିବାରିକ ମାମଲା ଏକ ଭିନ୍ନ ମୋଡ ନେଇଥିଲା । ଅଦାଲତି ଲଢେଇରେ ସାଂସଦ ଆନୁଭବଙ୍କୁ ଲାଗିଥିଲା ବଡ଼ ଝଟକା । ଏହା ସହିତ ବର୍ଷାଙ୍କ ଆବେଦନକୁ ମଧ୍ୟ କୋର୍ଟ ଅଗ୍ରାହ୍ୟ କରିଛନ୍ତି ।
ଖବର ମୁତାବକ, ବର୍ଷା ପ୍ରିୟଦର୍ଶନୀଙ୍କୁ ଛାଡ଼ପତ୍ର ଦେବାଲାଗି ସାସଂଦ ଅନୁଭବ ମହାନ୍ତି ପ୍ରଥମେ ଦିଲ୍ଲୀର ପାଟିଆଲା ହାଉସ୍ କୋର୍ଟରେ ଆବେଦନ କରିଥିଲେ । ଯାହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ବର୍ଷା । ପରେ ଏହି ମାମଲା କଟକ ଫାମିଲି କୋର୍ଟକୁ ସ୍ଥାନାନ୍ତର ହୋଇଥିଲା । କଟକ ପରିବାର ଅଦାଲତରେ ପ୍ରାୟ ଏକ ବର୍ଷ ଧରି ମାମଲାର ଶୁଣାଣି ଜାରି ରହିଥିଲା । ଏହି ମାମାଲାର ଶୁକ୍ରବାର ଫ୍ୟାମିଲି କୋର୍ଟ ରାୟ ପ୍ରକାଶ କରିଛନ୍ତି । ତେବେ ପରିବାର ଅଦାଲତଙ୍କ ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବେ ବୋଲି କହିଛନ୍ତି ଅନୁଭବଙ୍କ ଓକିଲ ।