ଓଡ଼ିଶା 365 (ବ୍ୟୁରୋ): କେନ୍ଦୁଝର ଜିଲ୍ଲା ଚମ୍ପୁଆ ଜଙ୍ଗଲରୁ ଉଦ୍ଧାର ହେଲା କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ। ମୃତ ଯନ୍ତ୍ରୀ ପରିମଳ ଓ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ରାମକୃଷ୍ଣ ସିଂ ବୋଲି ଜଣାପଡିଛି । ଜୟନ୍ତୀନାପୁର ବୈତରଣୀ ନଦୀକୂଳରରେ ଥିବା ଏକ ଜାମୁ ଗଛରୁ ଝୁଲନ୍ତା ଅବସ୍ଥାରେ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତଦେହ ନିକଟରୁ ନିକଟରେ ତାଙ୍କ ବାଇକ ଓ ହେଲମେଟ୍ ମଧ୍ୟ ଠାବ କରାଯାଇଛି । ଚମ୍ପୁଆସ୍ଥ ବ୍ଲକ୍ କଲୋନି ସରକାରୀ ବାସଭବନରୁ ଗତକାଲି କୌଣସି କାମକୁ ନେଇ ସେ ବାହାରକୁ ଯାଇଥିଲେ । ହେଲେ ସାଙ୍ଗରେ ମୋବାଇଲ ନେବାକୁ ଭୁଲି ଯାଇଥିଲେ । ଘରକୁ ଫେରିବାକୁ ବିଳମ୍ବ ହେବାରୁ ପରିବାର ଲୋକେ ଯୋଗାଯୋଗ କରିପାରିନଥିଲେ ।
ଆଜି କିଛି ଗାଁ ଲୋକ ସକାଳୁ ନଦୀକୁ ଗାଧୋଇବାକୁ ଯାଇଥିବାବେଳେ ଜାମୁ ଗଛରେ ଯନ୍ତ୍ରୀଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ । ପରେ ଏ ନେଇ ଗ୍ରାମବାସୀମାନେ ଚମ୍ପୁଆ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଚଳାଇଛି ।