ଓଡ଼ିଶା 365 (ବ୍ୟୁରୋ): ସଭିଙ୍କ ଉତ୍ଥାନ ହିଁ ,ରାଷ୍ଟ୍ରର ଉତ୍ଥାନ,ଦିରିଦ୍ର ନାରାୟଣଙ୍କ ସେବା ହିଁ ଥିଲା ତାଙ୍କ ପାଇଁ ଉପାସନା। ସମାଜର ତଳସ୍ତରରେ ଥିବା ବ୍ୟକ୍ତି ଯେ ପର୍ଯ୍ୟନ୍ତ ଉପରକୁ ନଆସିଛି,ସେ ପର୍ଯ୍ୟନ୍ତ ରାଷ୍ଟ୍ରର ବିକାଶ ସମ୍ଭବ ନୁହେଁ ,ସେ ଏହି ଦର୍ଶନକୁ ଅନ୍ତଦ୍ୱୟ ବୋଲି ମଧ୍ୟ କହୁଥିଲେ। ଭାରତ ହେଉଛି ଏକ ଆଧାତ୍ମିକ ରାଷ୍ଟ୍ର,ଭାରତୀୟ ରାଜନୀତିରେ ଶେଷ ଉଦ୍ଦେଶ୍ୟ ଭୌତିକ ଅଭ୍ୟୁଦୟ ସହ ଆଧାତ୍ମିକ ଅଭ୍ୟୁଦୟ ମଧ୍ୟ ହେବା ଉଚିତ୍ ବୋଲି ସେ କହୁଥିଲେ। ତାଙ୍କ ଜୀବନ ରାଷ୍ଟ୍ର ସମାଜ ପାଇଁ ସମର୍ପିତ,ପ୍ରଖର ରାଷ୍ଟ୍ର ଚିନ୍ତକ,ଲୋକତନ୍ତ୍ରର ପୁରୋଧା,ରାଜନୀତି ସଂସ୍କୃତିର ରାଜଦୂତ, ସୃଜନଶୀଳ ଲେଖକ, ପ୍ରବୀଣ ସାମ୍ବାଦିକ, ନିସ୍ୱାର୍ଥପର ସମାଜ ସେବକ, ଦେଶପ୍ରାଣ ରାଷ୍ଟ୍ରନୀତିଜ୍ଞ, ଦୂରଦୃଷ୍ଟି ସମ୍ପନ୍ନ ଅର୍ଥନୀତି ବିଶେଷଜ୍ଞ ଥିଲେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ। ଦେଶରେ ଏକାତ୍ମ ମାନବବାଦ ଦର୍ଶନ ବିଚାରଧାରାକୁ ସେ ଗୁରୁତ୍ବ ଦେଇଆସୁଥିଲେ । ସେ ମାନବ ଓ ରାଷ୍ଟ୍ରର ବିକାଶର ଏକାତ୍ମ ଓ ସମନୀତ ବିକାଶର ଅବଧାରଣା ପ୍ରସ୍ତୁତ କରି ଆର୍ଥିକ କ୍ଷେତ୍ରରେ ସ୍ୱଦେଶୀ-ସ୍ୱବାଲମ୍ଭୀ। ନିଜସ୍ୱ ଉଦ୍ୟମ ଓ ଆର୍ଥିକ ବିକେନ୍ଦ୍ରୀକରଣ ଉପରେ ସେ ଗୁରୁତ୍ୱ ଦେଉଥିଲେ। କୃଷି ଓ ଶିଳ୍ପ ମଧ୍ୟରେ ସମନ୍ନୟ ସହଯୋଗକୁ ଆର୍ଥିକ ବିକାଶର ଆଧାର ବୋଲି ମନେ କରୁଥିଲେ ସେ।
ପଣ୍ଡିତ ଦୀନଦୟାଲଙ୍କ ଉପାଧ୍ୟାୟ ଜନ୍ମ ୧୯୧୬ ସେପ୍ଟେମ୍ବର ୨୫ ତାରିଖ ଆଜମେର ଜିଲ୍ଲାର ଧନକିଆ ଗ୍ରାମରେ ହୋଇଥିଲା । ତାଙ୍କ ଜୀବନ ଥିଲା ସଂର୍ଘଷମୟ, ତଥାପି ହାରମାନି ନଥିଲେ ସେ। ରାଜସ୍ଥାନର ଶୀକାର ହାଇସ୍କୁଲରେ ସେ ମାଟ୍ରିକ୍ ପାସ କରିବା ପରେ ବିରଳା ଇଂଟରମିଡିଏଟ୍ କଲେଜରୁ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇଥିବାରୁ ଜଣେ କୃତି ଛାତ୍ର ରୂପେ ଶିଳ୍ପପତି ଘନଶ୍ୟାମ ବିରଳାଙ୍କ ଠାରୁ ୨୫୦ ଟଙ୍କା ପୁରସ୍କାର ସହିତ ମାସିକ ୧୦ ଟଙ୍କା ବୃର୍ତ୍ତି ପାଇଥିଲେ । କାନପୁରର ସନାତନ ଧର୍ମ କଲେଜରୁ ଇଂରାଜୀରେ ପ୍ରଥମ ଶ୍ରେଣୀର ସ୍ନାତକତ୍ୱ ହାସଲ କରିଥିଲେ। ପରେ ପରେ ଉର୍ତ୍ତର ପ୍ରଦେଶ ପ୍ରଶାସନିକ ସେବା ପରୀକ୍ଷା ଦେଇ ସେଥିରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । କିନ୍ତୁ ସ୍ୱାଧୀନଚେତା ଦୀନଦୟାଲ ପ୍ରଶାସନିକ ସେବାରେ ଯୋଗ ନଦେଇ ସାମଜ ସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଥିଲେ । ୧୯୩୬ ମସିହାରେ ସେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘରେ ସ୍ୱୟଂସେବକ ଭାବେ ଯୋଗ ଦେଇଥିଲେ । ଜଣେ ପୂର୍ଣ୍ଣକାଳୀନ ପ୍ରଚାରକ ଭାବେ ସଂଘକାର୍ଯ୍ୟରେ ନିୟୋଜିତ ହୋଇସାରି ସେ ନିଜ ଜୀବନକୁ ଦେଶପାଇଁ ସମର୍ପଣ କରିଥିଲେ ।୧୯୪୨ ରେ ଜଣେ ପୂର୍ଣ୍ଣକାଳୀନ ପ୍ରଚାରକ ଭାବେ ସଂଘକାର୍ଯ୍ୟରେ ନିୟୋଜିତ ହୋଇ ସାରାଜୀବନ ଦେଶ ପାଇଁ ସର୍ମପଣ କରିଥିଲେ । ୧୯୫୧ ମସିହାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘ ଚାଳକ ଶ୍ରୀ ସଦାଶିବ ଗୋଲୱେଲେକରଙ୍କ ନିର୍ଦ୍ଦେଶକ୍ରମେ ଡଃ.ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ପ୍ରତିଷ୍ଠିତ ଜନସଂଘରେ ଯୋଗଦେଇ ଦଳରେ ସଂଗଠନ ସମ୍ପାଦକ ଦାୟିତ୍ୱ ନିର୍ବାହ କରିଥିଲେ । ଏକ ଜାତୀୟ ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଭାବେ କାର୍ୟ୍ୟ ନିର୍ବାହ କରିବା ସହିତ ୧୯୫୧ ମସିହା ଠାରୁ ‘ରାଷ୍ଟ୍ରଧର୍ମ’ ନାମରେ ଏକ ଦୈନିକ ପତ୍ରିକା, ‘ପାଂଚଜନ୍ୟ’ ନାମରେ ଏକ ସାପ୍ତାହିକ ଏବଂ ‘ସ୍ୱଦେଶ’ ନାମରେ ଏକ ମାସିକ ପତ୍ରିକା ନିଜ ସମ୍ପାଦନାରେ ପ୍ରକାଶ କରି ଆସୁଥିଲେ ଯାହା ଏବେ ମଧ୍ୟ ପ୍ରକାଶିତ ହୋଇ ଆସୁଛି ।
ଭାରତୀୟ ଜନସଂଘ ଦଳ ମୂଳଭୂତ ଏକ ନୂତନ ବୈଚାରିକ ସିଦ୍ଧାନ୍ତର ଆବଶ୍ୟକ କରୁଥିବା ବେଳେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ୧୯୬୪ ମସିହାରେ ତାଙ୍କର “ଏକାତ୍ମ ମାନବ ଦର୍ଶନ” ନାମରେ ଏକ ଦର୍ଶନ ପ୍ରଣୟନ କରିଥିଲେ । ୧୯୬୫ରେ ଆନ୍ଧ୍ରର ବିଜୟୱାଡା ଠାରେ ଅନୁଷ୍ଠିତ ଜନସଂଘର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଏହାକୁ ଦଳର ବୈଚାରିକ ସିଦ୍ଧାନ୍ତ ରୂପେ ଗ୍ରହଣ କରାଯାଇଥିଲା । ତାଙ୍କର ପ୍ରଣୀତ ଏକାତ୍ମ ମାନବ ଦର୍ଶନ’ ଭାରତୀୟ ରାଜନୀତି ପାଇଁ ଏକ ଅତୁଳନୀୟ ଅବଦାନ । ଶ୍ରୀ ବଳରାଜ ମାଧୋକଙ୍କ ପରେ ୧୯୬୭ ମସିହାରେ ସେ ଭାରତୀୟ ଜନସଂଘ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ୍ୟ ଦାୟୀତ୍ୱ ଗ୍ରହଣ କରିଥିଲେ । କୃଷି ଓ ଶିଳ୍ପ ମଧ୍ୟରେ ସମନ୍ନୟ ସହଯୋଗକୁ ଆର୍ଥିକ ବିକାଶର ଆଧାର ବୋଲି ମନେ କରୁଥିଲେ ସେ। ଶ୍ରୀ ମୁଖାର୍ଜୀଙ୍କର ନେତୃତ୍ୱରେ ଭାରତୀୟ ଜନସଂଘ ୧୯୫୧-୫୨ ମସିହାରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଭାଗ ନେଇ ୩.୦୬ ପ୍ରତିଶତ ଭୋଟ ପାଇବା ସହିତ ତିନୋଟି ଆସନ ପାଇଥିବାବେଳେ ଦୀନଦୟାଲଙ୍କ ବଳିଷ୍ଠ ମାର୍ଗଦର୍ଶନ ବଳରେ ପରବର୍ତ୍ତୀ ସାଧାରଣ ନିର୍ବାଚନରେ ୧୯୫୭ରେ ୫.୯୭ ପ୍ରତିଶତ ଭୋଟ୍ ସହିତ ୪ଟି ଆସନ, ୧୯୬୨ରେ ୬.୪୪ ପ୍ରତିଶତ ଭୋଟ୍ ସହିତ ୧୪ ଟି ଆସନ ଏବଂ ୧୯୬୭ରେ ୯.୩୧ ପ୍ରତିଶତ ଭୋଟ୍ ପାଇ ୩୫ଟି ଆସନ ଲାଭ କରିଥିଲା । ଏହା ଫଳରେ ଭାରତୀୟ ଜନସଂଘ ଦଳ ଭାରତ ବର୍ଷରେ ଏକ ଶକ୍ତିଶାଳୀ ବିକଳ୍ପ ରାଜନୈତିକ ଦଳ ଭାବେ ନିଜକୁ ପ୍ରତିଷ୍ଠା କରିପାରିଥିଲା ।
ଇନ୍ଦିରାଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳର ମିଶ୍ରଣରେ ଜନତା ପାର୍ଟି ଗଠିତ ହୋଇଥିଲା ଏବଂ ଜନସଂଘ ଦଳ ଜନତା ଦଳରେ ବିଲୀନ ହୋଇଗଲା । ୧୯୭୭ ନିର୍ବାଚନରେ ଜନତା ପାର୍ଟି କେନ୍ଦ୍ରରେ କ୍ଷମତାସୀନ ହେଲା । କିନ୍ତୁ ୧୯୮୦ ଦ୍ୱୈତ ସଭ୍ୟପଦକୁ ନେଇ ବିବାଦ ଉପୁଜିବାରୁ ଭାରତୀୟ ଜନସଂଘ ପୁନରୁଜ୍ଜୀବିତ ହୋଇ ଭାରତୀୟ ଜନତା ଦଳ ରୂପେସଂଗଠିତ ହେଲା । ଏଥି ସହିତ ପାର୍ଟି ସମ୍ବିଧାନର ଧାରା ୩ ଅନୁସାରେ “ଏକାତ୍ମ ମାନବ ବାଦକୁ” ପୁଣିଥରେ ପାର୍ଟିର ମୂଳ ସିଦ୍ଧାନ୍ତ ରୂପେ ଗ୍ରହଣ କରାଗଲା । ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ‘ଏକାତ୍ମ ମାନବଦର୍ଶନ’ର ପ୍ରୟୋଗତ୍ମକ ପରୀକ୍ଷଣ ଆରମ୍ଭ ହୋଇଥିଲା । ସେ ଆରମ୍ଭ କରିଥିବା ‘ଅନ୍ତ୍ୟୋଦୟ’ ଯୋଜନା ଭାରତ ବର୍ଷର ସର୍ବଶ୍ରେଷ୍ଠ ଓ ସର୍ବବ୍ୟାପକ ମାନବବାଦୀ ଯୋଜନା ଭାବେ କାର୍ଯ୍ୟକାରୀ ହେଉଅଛି । ଗୋରଖପୁର ବିଶ୍ୱବିଦ୍ୟାଳୟକୁ ପୁନଃ ନାମିତ କରି ଦୀନଦୟାଲ ଉପାଧ୍ୟାୟ’ ବିଶ୍ୱବିଦ୍ୟାଳୟ କରାଯାଇଛି । ୨୦୦୩ ଶ୍ରୀ ନରେନ୍ଦ୍ରମୋଦୀ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ ଗାନ୍ଧୀନଗର ଠାରେ ପଣ୍ଡିତ ଦୀନଦୟାଲ ପେଟ୍ରୋଲିୟମ୍ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ।
୨୦୧୪ ରେ ପ୍ରଧାନମନ୍ତ୍ରୀ ଶ୍ରୀନରେନ୍ଦ୍ର ମୋଦି ଦୀନଦୟାଲ ଉପାଧ୍ୟାୟଙ୍କର ଆଦର୍ଶକୁ ଅନୁସରଣ କରି ବିଭିନ୍ନ ଯୋଜନାକୁ ସୁଫଳକୁ ଆଜି ସୁଦ୍ଧା ଯେଉଁମାନେ ସେଥିରୁ ବଞ୍ଚିତ ହୋଇଛନ୍ତି ,ସେମାନଙ୍କ ପାଖରେ ତାହା ପହଂଚାଇବାକୁ ଚେଷ୍ଟା କରୁଛନ୍ତି । ଗ୍ରାମାଂଚଳରେ ପ୍ରତ୍ୟେକ ପରିବାରକୁ ବିଜୁଳି ଯୋଗାଇବା ପାଇଁ ଦୀନଦୟାଲଙ୍କ ନାମରେ ସେଦୀନଦୟାଲ ଗ୍ରାମ୍ୟଜ୍ୟୋତି ଯୋଜନା’ ଗ୍ରାମାଂଚଳରେ ବୃର୍ତ୍ତିଗତ ଦକ୍ଷତାରବିକାଶ ପାଇଁ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ବିକାଶ ଯୋଜନା ଏବଂ ଶ୍ରମିକମାନଙ୍କ ପାଇଁ ଦୀନଦୟାଲ ଉପାଧ୍ୟାୟ ଶ୍ରମେବ ଜୟତେ’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ପଣ୍ଡିତ ଦୀନଦୟାଲଙ୍କୁ ୧୯୬୮ ଫେବୃଆରୀ ୧୧ ତାରିଖରେ ସେ ରେଳରେ ଯାତ୍ରାକରୁଥିବାବେଳେ ମୋଗଲ ସରାଇ ଷ୍ଟେସନରୁ ଅତି ରହସ୍ୟଜନକ ଭାବେ ରେଳ ଧାରଣାରୁ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା । ଦେଶମାତୃକାର ପାଇଁ ତାଙ୍କ ତ୍ୟାଗ,ବଳିଦାନକୁ ସବୁଦିନ ପାଇଁ ମନେ ରଖିବ ଏ ଭାରତ ବର୍ଷ।