ଓଡ଼ିଶା 365 (ବ୍ୟୁରୋ) : ବଲିଉଡର ଅନେକ ଚର୍ଚ୍ଚିତ ଚେହେରା ମଧ୍ୟରୁ କଙ୍ଗନା ରଣାୱତ ଜଣେ । ସବୁବେଳେ ନିଜ ଫିଲ୍ମ ଏବଂ ବୟାନକୁ ନେଇ ଚର୍ଚ୍ଚାରେ ଥାଆନ୍ତି କଙ୍ଗନା । ସେ ବର୍ତ୍ତମାନ ତାଙ୍କର ଆଗାମୀ ଚଳଚ୍ଚିତ୍ର ଚନ୍ଦ୍ରମୁଖୀ-୨ ର ପ୍ରମୋସନରେ ବହୁତ ବ୍ୟସ୍ତ ଅଛନ୍ତି । ଏହା ଏକ ଭୟଙ୍କର କମେଡି ଫିଲ୍ମ । ନିକଟରେ ଏହି ଫିଲ୍ମର ଟ୍ରେଲର ରିଲିଜ୍ ହୋଇଥିଲା । ଯାହାକୁ ଲୋକମାନେ ବହୁତ ପସନ୍ଦ କରିଥିଲେ। ଏହାରି ଭିତରେ ଏକ ରୋଚକ ତଥ୍ୟ ସାମନାକୁ ଆସିଛି । କଙ୍ଗନା ଏହି ଫିଲ୍ମର ପ୍ରମୋସନ ସମୟରେ ଜଣେ ଅଭିନେତାଭ୍କ ବିଷୟରେ କହିଥିଲେ । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାିରାଲ ହେଉଛି ।
ସୂଚନା ଅନୁଯାୟୀ, ଶନିବାର ହାଇଦ୍ରାବାଦରେ ଏକ ସାମ୍ବାଦିକ ସମ୍ମିଳନୀରେ କଙ୍ଗନାଙ୍କୁ ଜଣେ ସାମ୍ବାଦିକ ପଚାରିଥିଲେ ଯେ, ସେ କ’ଣ ପୁଣି ଥରେ ପ୍ରଭାସଙ୍କ ସହ କାମ କରିବାକୁ ଚାହୁଁଛନ୍ତି କି? ଉତ୍ତରରେ କଙ୍ଗନା କହିଥିଲେ ହଁ ମୁଁ ଏହା ପସନ୍ଦ କରିବି । ତାଙ୍କ ସଫଳତାରେ ମୁଁ ବହୁତ ଖୁସି, ସେ ଏକ ପ୍ୟାନ୍ ଇଣ୍ଡିଆ ତାରକା ଭାବରେ ଅଦ୍ଭୁତପୂର୍ବ ସଫଳ ତାରକା ହୋଇଛନ୍ତି। ଯେତେବେଳେ ଆମେ ସେହି ଫିଲ୍ମ କରିଥିଲୁ, ଆମେ ଦୁହେଁ ବହୁତ ଛୋଟ ଥିଲୁ ।କଙ୍ଗନା ମଧ୍ୟ ପ୍ରଭାସଙ୍କୁ ବହୁତ ପ୍ରଶଂସା କରିଥିଲେ ଏବଂ ତାଙ୍କ ସହିତ ଥିବା ପୁରୁଣା ସ୍ମୃତି ବିଷୟରେ ମନେ ପକାଇଥିଲେ ।
ଏହାସହ ସେ କହିଛନ୍ତି ଯେ, ପ୍ରଭାସ ବହୁତ ଭଲ ହୋଷ୍ଟ। ସେ ଆମ ଫାର୍ମ ହାଉସରେ ଆମକୁ ଆଶ୍ଚର୍ଯ୍ୟଜନକ ଖାଦ୍ୟ ଖାଇବାକୁ ଦେଇଥିଲେ ଏବଂ ସେ ବହୁତ ଦୟାଳୁ । ତେଣୁ ତାଙ୍କୁ ଜଣେ ବ୍ୟକ୍ତି ଭାବରେ, ଜଣେ ଅଭିନେତା ଭାବରେ ଆଗକୁ ବଢୁଥିବା ଦେଖି ମତେ ବହୁତ ଭଲ ଲାଗୁଛି ଏବଂ ମୁଁ ଚାହୁଁଛି ସେ ସବୁବେଳେ ଏମିତି ସପଳତାର ପାହାଞ୍ଚ ଚଢ଼ନ୍ତୁ ।