ଓଡ଼ିଶା365(ବ୍ୟୁରୋ): NDAକୁ ଫେରିପାରନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ପଣ୍ଡିତ ଦିନଦୟାଲ ଉପାଧ୍ୟୟଙ୍କ ଜୟନ୍ତୀ କାର୍ଯ୍ୟକ୍ରମରେ ସାମିଲ ପରେ ଏବେ ଏହି ଚର୍ଚ୍ଚା ଜୋର୍ ଧରିଛି । କିଛିଦିନ ମଧ୍ୟରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ଗଠବନ୍ଧନରୁ ଓହରି ଏନଡିଏରେ ସେ ସାମିଲ ହୋଇପାରନ୍ତି । ଆଜି ନୀତୀଶ କୁମାର ବିଜେପି ଦ୍ବାର ଆୟୋଜିତ ପଣ୍ଡିତ ଦିନଦୟାଲ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଏହାକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି ।
ପଣ୍ଡିତ ଦିନଦୟାଲଙ୍କ ଜୟନ୍ତୀ କାର୍ଯ୍ୟକ୍ରମ ଅବସରରେ ଏନଡିଏରେ ମିଶିବା ନେଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ସାମ୍ବାଦିକ ମାନେ ପ୍ରଶ୍ନ କରିଥିଲେ । ମାତ୍ର ସେ ଏହି କଥାକୁ ଏଡ଼ାଇ ଚାଲିଯାଇଥିଲେ। ଏବାବଦରେ କାହିଁକି ପଚାରୁଛନ୍ତି ବୋଲି କହିଥିଲେ । ନୀତୀଶ ପତ୍ରକାରଙ୍କ ସହିତ ଆଲୋଚନା କରି କହିଛନ୍ତି, ‘ଆପଣ ଜାଣିଛନ୍ତି ମୁଁ ବିପକ୍ଷ ଦଳଙ୍କୁ ଏକଜୁଟ୍ କରିବା ପାଇଁ କେତେ ପରିଶ୍ରମ କରିଛି । ତେଣୁ ଏ ବିଷୟରେ କିଛି ପ୍ରଶ୍ନ ନ କରିବା ଭଲ ।