ଓଡ଼ିଶା 365 (ବ୍ୟୁରୋ): ୨୦ ଦଫା ଦାବି ନେଇ ପୁଣି ଲୋୟର ପିଏମଜିରେ ଗର୍ଜିଲେ ଆଶାକର୍ମୀ। ସ୍ଥାୟୀ ନିଯୁକ୍ତି ସହ ୨୬ ହଜାରକୁ ଦରମା ବୃଦ୍ଧି ଦାବି କରି ଭୁବନେଶ୍ୱର ଲୋୟର ପିଏମଜିରେ ଏକାଠି ହୋଇଛନ୍ତି ସାରା ରାଜ୍ୟର ହଜାର ହଜାର ଆଶା କର୍ମୀ ।
ଏତେ ସଂଖ୍ୟକ ଆଶାକର୍ମିଙ୍କୁ ନିୟନ୍ତ୍ରଣ କରିବାକୁ ଯାଇ ରାଜଧାନୀ ପୋଲିସ ଛାଉଣୀ ହୋଇ ଯାଇଛି । ଏପରିକି ଆଶାକର୍ମୀ-ପୋଲିସ ଧସ୍ତାଧସ୍ତି ବି ହୋଇଛନ୍ତି । ଆନ୍ଦୋଳନରତ ଆଶାକର୍ମୀମାନେ ବିଧାନସଭା ଆଡକୁ ଯିବାବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲା । ବିଏହି ସମୟରେ ପୋଲିସ ସହ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି ।
କହିରଖୁ କି, ୨୦ ଦଫା ଦାବି ନେଇ ଲୋୟର ପିଏମଜିରେ ଆନ୍ଦୋଳନ କରୁଛନ୍ତି ଆଶା କର୍ମୀ । ସ୍ଥାୟୀ ନିଯୁକ୍ତି ସହ ୨୬ ହଜାରକୁ ଦରମା ବୃଦ୍ଧି, ପେନ୍ସନ୍ ୧୦ ହଜାର ଟଙ୍କା ଏବଂ ମୃତ୍ୟୁକାଳୀନ ସହାୟତା ୮ ଲକ୍ଷ ଟଙ୍କା ଦେବାକୁ ଆଶାକର୍ମୀ ଦାବି କରିଛନ୍ତି। ବାରମ୍ବାର ପ୍ରତିବାଦ ଓ ଧାରଣା ପରେ ବି ସରକାର ଶୁଣୁ ନଥିବାରୁ ଆଜି ହଜାର ହଜାର ସଂଖ୍ୟାରେ ଆଶାକର୍ମୀ ଏକାଠି ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆଶାକର୍ମୀ କହିଛନ୍ତି, ‘ଆମ ପିଲାମାନେ ଅନାଥ ହୋଇଗଲେଣି, ହେଲେ ଆମେ ଶହ ଶହ ପିଳାଙ୍କ ଜୀବନ ବଞ୍ଚାଉଛୁ। ତେଣୁ ସରକାର ଆମ ଦାବି ମାନି ନିଅନ୍ତୁ । ଦରମା ଏବେ ମାତ୍ର ୪ ହଜାର ଟଙ୍କା ମିଳୁଛି। ବର୍ତ୍ତମାନର ଏହି ଦରବୃଦ୍ଧି ସମୟରେ ଏତେ କମ୍ ଟଙ୍କାରେ ଆମ ପିଲାମାନେ କେମିତି ଚଳିବେ ବୋଲି ପ୍ରଶ୍ନ କରିଛନ୍ତି । ସେମାନେ ବାରମ୍ବାର ନିଜ ଦାବି ସମ୍ପର୍କରେ ସରକାରଙ୍କୁ ଜଣାଇଲେଣି । ହେଲେ ଏଯାଏ ଏହାର ସମାଧାନ ହେଇପାରିଲାନନି।