ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ବଲିଉଡ କ୍ୟୁଇନ୍ ପରିଣୀତି ଚୋପ୍ରା ଓ ଆପ ସାଂସଦ ରାଘବ ଚଢ଼ାଙ୍କ ଯୋଡି । ବହୁଦିନ ଧରି ତାଙ୍କ ବିବାହକୁ ନେଇ ଚର୍ଚ୍ଚା ଲାଗିରହିଥିଲା । ଶେଷରେ ଦର୍ଶକ ମାନଙ୍କ ଅପେକ୍ଷାର ଅନ୍ତ ଘଟାଇ ଗତକାଲି ଅର୍ଥାତ୍ ରବିବାର ଦିନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ରାଘବ-ପରୀ । ଏହି ଯୋଡିଙ୍କ ବିବାହ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଦୁହେଁ ଉଦୟପୁରରେ ପଞ୍ଜାବୀ ରୀତିନୀତରେ ବିବାହ କରିଥିଲେ। ବଲିଉଡ ଏବଂ ରାଜନୀତିର ବହୁ ହାଇ-ପ୍ରୋଫାଇଲ୍ ବ୍ୟକ୍ତିତ୍ୱ ଏହି ବିବାହ ଉତ୍ସବରେ ଯୋଗ ଦେଇଥିଲେ।
ବିିବାହ ସମୟରେ ଉଭୟ କ୍ରିମ୍ ରଙ୍ଗର ପୋଷାକରେ ନଜର ଆସିଛନ୍ତି । ଏହା ସହ ଉଭୟଙ୍କ ଯୋଡି ବହୁତ ସୁନ୍ଦର ଦେଖାଯାଉଛି। ଇନଷ୍ଟାଗ୍ରାମରେ ବିବାହ ଫଟୋ ସେୟାର କରିବା ପରି ଲେଖିଛନ୍ତି, “ଜଳଖିଆ ଟେବୁଲରେ ଆମେ ପ୍ରଥମ ଥର କଥା ହେବା ଦିନଠାରୁ ଆମର ହୃଦୟ ଏହା ଜାଣିଥିଲା। ଦୀର୍ଘ ଦିନ ଧରି ଏହି ଦିନକୁ ଆମେ ଅପେକ୍ଷା କରିଥିଲୁ । ଆମେ ମିଷ୍ଟର ଏବଂ ମିସେସ୍ ହୋଇଥିବାରୁ ବହୁତ ଖୁସି । ପରସ୍ପର ବିନା ବଞ୍ଚିବାକୁ ଅସମର୍ଥ, ଆମ ଜୀବନ ଆଜି ଠାରୁ ସବୁଦିନ ପାଇଁ ଆରମ୍ଭ ହୋଇଯାଇଛି। ”ତାଙ୍କ ବଡ ଦିନରେ ମନୀଷ ମଲହୋତ୍ରାଙ୍କ ବେଜ ରଙ୍ଗର ଲେହେଙ୍ଗାରେ ପରୀ ଚମତ୍କାର ଦେଖାଯାଉଥିଲେ ଏବଂ ତାଙ୍କ ପୋଷାକ ସହିତ ମେଳ ଖାଉଥିବା ସମାନ ସୁନ୍ଦର ଅଳଙ୍କାର ମଧ୍ୟ ପିନ୍ଧିଥିଲେ। ସେହିପରି ବର ରାଘବ ଚଢା ଏକ ସୂକ୍ଷ୍ମ, ଚମତ୍କାର ପିଙ୍କ ରଙ୍ଗର ପୋଷାକରେ ଖୁବ୍ ସୁନ୍ଦର ଦିଶୁଥିଲେ। କିଛି ଫଟୋରେ ରାଘବ ପରୀଙ୍କୁ କିସ୍ କରୁଥିବାର ମଧ୍ୟ ନଜର ଆସିଛନ୍ତି । ଆଉ ଏକ ଫଟୋ ରେ ଦୁହେଁ ହସି ହସି ଆସୁଥିବାର ନଜର ଆସିଛନ୍ତି ।
ସେପଟେ ସୋସିଆଲ ମିଡିଆରେ ଏହି ଫଟୋକୁ ଦେଖି ଫ୍ୟାନ୍ସମାନେ ଖୁସି ହେବା ସହ ଦୁହିଁଙ୍କୁ ଜୀବନର ନୂଆ ଯାତ୍ରା ପାଇଁ ଶୁଭେଚ୍ଛା ଜଣାଉଛନ୍ତି ।