ଓଡ଼ିଶା 365 (ବ୍ୟୁରୋ): ପରଲୋକରେ ଭେଟେରାନ କେରଳ ଚଳଚ୍ଚିତ୍ର ନିର୍ମାତା କେ.ଜି ଜର୍ଜ । ମାତ୍ର ୭୭ ବର୍ଷ ବୟସରେ ଆଖି ବୁଜିଲେ କେ.ଜି । ରବିବାର ଦିନ କୋଚିର କକକନାଡରେ ଥିବା ଏକ ବୃଦ୍ଧାଶ୍ରମରେ ଜର୍ଜ ୭୭ ବର୍ଷ ବୟସରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ମଲୟାଲମ୍ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ନିର୍ମିତ ସର୍ବୋତ୍ତମ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ ଭାବରେ ପରିଗଣିତ ହୋଇଥିଲା । ସେ ଇଣ୍ଡଷ୍ଟ୍ରିର ଜଣେ ପ୍ରତିଷ୍ଠିତ ଚଳଚ୍ଚିତ୍ର ନିର୍ମାତା ଥିଲେ । ସୂଚନା ଅନୁଯାୟୀ, କେ.ଜି ଅନେକ ଚ୍ୟାଲେଞ୍ଜିଂ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି ।ଚଳଚ୍ଚିତ୍ର ‘ପଞ୍ଚବାଡି ପାଲମ୍’ ତାଙ୍କର ଏକ ରାଜନୈତିକ ବ୍ୟଙ୍ଗ ସୁପରହିଟ୍ ଥିଲା । ସେ ଚଳଚ୍ଚିତ୍ର ‘ଯବନିକା’ରେ ମାମୋଟି ଏବଂ ଭାରତ ଗୋପୀ ପରି ଶ୍ରେଷ୍ଠ ଅଭିନେତାଙ୍କୁ ଆଣିଥିଲେ। ଜଣେ ଚଳଚ୍ଚିତ୍ର ଅଭିନେତ୍ରୀଙ୍କ ମୃତ୍ୟୁକୁ ଆଧାର କରି ‘ଲେଖାୟୁଦୋ ମାରାନାମ, ଓରୁ ଫ୍ଲାସବ୍ୟାକ୍’ ମଧ୍ୟ ଏକ ବଡ଼ ହିଟ୍ ହୋଇଥିଲା। ଜର୍ଜ ମଲୟାଲମ୍ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଜଣେ ସମ୍ମାନିତ ନିର୍ଦ୍ଦେଶକ ଥିଲା। ଜର୍ଜ କେବଳ ୨୦ ଟି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି। ସେ ଜଣେ ନିର୍ଦ୍ଦେଶକ ଯିଏ ବ୍ୟବସାୟିକ ଏବଂ କଳା ଚଳଚ୍ଚିତ୍ରର ଧାରଣାକୁ ଭାଙ୍ଗିଥିଲେ ଏବଂ ତାଙ୍କର ପ୍ରତ୍ୟେକ ଚଳଚ୍ଚିତ୍ରରେ ବାର୍ତ୍ତା ଭିନ୍ନ ଭିନ୍ନ ଦେଇଥିଲେ ।
ଏହାସହ ସେ ମଲୟାଲମ୍ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଏକ ବିପ୍ଳବ ଆଣିଥିଲେ ଏବଂ ଜଣେ ନିର୍ଦ୍ଦେଶକ ଭାବରେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ହେଲେ ସେ ଗତ କିଛି ବର୍ଷ ଧରି ଷ୍ଟ୍ରୋକ୍ରେ ପୀଡିତ ଥିଲେ ଏବଂ ଶେଷରେ ରବିବାର ଦିନ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି କେ.ଜି.ଜର୍ଜ ।