ଓଡ଼ିଶା 365 (ବ୍ୟୁରୋ): ବିଧାନସଭା ମୌସୁମୀ ଅଧିବେଶନର ଆଜି ଦ୍ୱିତୀୟ ଦିନ । ବିଭିନ୍ନ ପ୍ରସଙ୍ଗକୁ ନେଇ ଆଜି ସରଗରମ ହେବ ଗୃହ । ଏକାଧିକ ପ୍ରସଙ୍ଗ ଉଠାଇ ବିରୋଧୀ ଉଠାଇ ସରକାରକୁ ଘେରିବେ । ରାଜ୍ୟର ଦୁଇ ପ୍ରମୁଖ ବିରୋଧୀ ବିଜେପି ରାଜ୍ୟରେ ଆଇନ ଶୃଙ୍ଖଳା, ପ୍ରଶାସନିକ ଅଧିକାରୀଙ୍କ ମାତ୍ରାଧିକ ହସ୍ତକ୍ଷେପ, ଚାଷୀ, ଶିକ୍ଷକ ଓ ଅଙ୍ଗନବାଡି ଦିଦିଙ୍କ ଆନ୍ଦୋଳନ ଏହିଭଳି ପ୍ରସଙ୍ଗ ଉଠାଇବାକୁ ଥିବା ବେଳେ କଂଗ୍ରେସ ମଧ୍ୟ ସମାନ ପ୍ରସଙ୍ଗ ଉଠାଇବ। ଏହାର ଜବାବ ଦେବାକୁ ପୂର୍ବରୁ ଶାସକ ଦଳ କହିସାରିଛି ବିରୋଧୀଙ୍କୁ ଜବାବ ଦେବାକୁ ବିକାଶ ହେଉଛି ପ୍ରମୁଖ ଅସ୍ତ୍ର ।
ସେପଟେ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ପାଇଁ ଅନେକ ଆହ୍ୱାନ ରହିଛି । ବିରୋଧୀ-ଶାସକ ମୁହାଁମୁହିଁ ପରିସ୍ଥିତିରେ ନୂଆକରି ବାଚସ୍ପତି ହୋଇଥିବା ପ୍ରମିଳା ମଲ୍ଲିକ କିଭଳି ଉଭୟ ପକ୍ଷଙ୍କୁ ନେଇ ଗୃହ ପରିଚାଳନା କରିବେ ତାହା ତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ।