ଓଡ଼ିଶା365(ବ୍ୟୁରୋ): ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାସ୍ ହେବା ପ୍ରସଙ୍ଗକୁ ଗାଁ ଗାଁରେ ପହଞ୍ଚାଇବ ବିଜେପି। ଓଡ଼ିଶାର ପାଖାପାଖି ୫୦ ହଜାର ଗାଁରେ ସଭା କରି ପ୍ରଚାର କରିବା ପାଇଁ ଆହ୍ଵାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମହିଳା ସଂରକ୍ଷଣ ବିଲ ପାରିତ ହେବାକୁ ନେଇ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ଉତ୍ସବରେ ଯୋଗଦେଇ ଏହି ଆହ୍ୱାନ ଦେଇଛନ୍ତି ଧର୍ମେନ୍ଦ୍ର। ସେ କହିଛନ୍ତି, ଲୋକସଭାରେ ୮୧ଜଣ ମହିଳା ଅଛନ୍ତି, ଆଇନ ଲାଗୁ ହେଲେ ଏହା ୧୮୨କୁ ବଢ଼ିଯିବ, ସେହିପରି ଓଡ଼ିଶାରେ ୧୮ ଜଣ ବିଧାୟିକା ଅଛନ୍ତି ଯାହା ୫୦କୁ ବୃଦ୍ଧି ପାଇବ। ଭାରତରେ ୭୦ କୋଟି ମହିଳା। ଯାହାକି ୨ଟି ଆମେରିକାର ଜନସଂଖ୍ୟା ସହ ସମାନ। ଅଢ଼େଇଟି ୟୁରୋପ ସହ ସମାନ। ଆରମ୍ଭ ହେବ ୩୩ ପ୍ରତିଶତ ସଂରକ୍ଷଣ, ମାଆମାନେ ଯିବେ ଦିଲ୍ଲୀ। ମହିଳାମାନେ ହିଁ ବିବେକପୂର୍ଣ୍ଣ ନିର୍ଣ୍ଣୟ କରନ୍ତି। ଦୁର୍ଗାପୂଜା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏହା ହେଉଛି ସବୁଠାରୁ ବଡ଼ ଉପହାର।