ଓଡ଼ିଶା 365 (ବ୍ୟୁରୋ): ପୁଣି ନିର୍ବାଚନ ପୂର୍ବରୁ ଚିଟ୍ଫଣ୍ଡ ଠକେଇ ମାମଲାରେ ଓଡ଼ିଶା ମୁହାଁ ହୋଇଛି ସିବିଆଇ । ବହୁ ଚର୍ଚ୍ଚିତ ସିସୋର ଚିଟ୍ଫଣ୍ଡ ଠକେଇ ମାମଲାର ୯ ବର୍ଷ ପରେ କଟକ-ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ନାଁରେ ଚାର୍ଜ ଫ୍ରେମ୍ କରିଛି ସିବିଆଇ। ପ୍ରଭାତ ବିଶ୍ୱାଳଙ୍କ ପତ୍ନୀଙ୍କ ନାଁରେ ମଧ୍ୟ ହେଲା ଚାର୍ଜ ଫ୍ରେମ୍ କରିଛି ସିବିଆଇ। ଭୁବନେଶ୍ୱର ସିବିଆଇ-୧ କୋର୍ଟରେ ହୋଇଛି ଏହି ଚାର୍ଜ ଫ୍ରେମ୍ । ବେଆଇନ ଅର୍ଥ କାରବାର ମାମଲାରେ ଉଭୟଙ୍କ ନାଁରେ ଚାର୍ଜ ଫ୍ରେମ୍ ହୋଇଛି । ଦଫା ୪୨୦, ୧୨୦ ବି’, ୪୦୯, ୪୬୭, ୪୬୮ ଏବଂ ୪୭୧ରେ ଚାର୍ଜ ଫ୍ରେମ୍ ହୋଇଛି ।
ସୂଚନାଯୋଗ୍ୟ, ସିସୋର ଚିଟ୍ଫଣ୍ଡ ମାମଲାରେ ଛନ୍ଦି ହୋଇଥିବା ପ୍ରଭାତଙ୍କୁ ପୂର୍ବରୁ ଗିରଫ ବି କରିଥିଲା ସିବିଆଇ । ପରେ ଅବଶ୍ୟ ପ୍ରଭାତ ବିଶ୍ବାଳଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ ହାଇକୋର୍ଟ । ତେବେ ସିବିଆଇ ମାମଲାକୁ ରଦ୍ଦ କରିବା ଲାଗି ଆବେଦନ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ପ୍ରଭାତ । କିଛିମାସ ପୂର୍ବେ ଏହି ମାମଲାର ଶୁଣାଣି କରି ହାଇକୋର୍ଟ ପ୍ରଭାରତଙ୍କ ବିରୋଧରେ ଚାର୍ଜଫ୍ରେମ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଚାର୍ଜଫ୍ରେମ୍ ହେବାର ବର୍ଷକ ଭିତରେ ପ୍ରଭାତଙ୍କ ବିରୋଧରେ ବିଚାର (ଟ୍ରାଏଲ) ଶେଷ କରିବାକୁ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଗୌରୀଶଙ୍କର ଶତପଥୀ ସିବିଆଇ କୋର୍ଟକୁ ଦେଇଥିଲେ ନିର୍ଦ୍ଦେଶ। ଆଜି ସେହି ନିର୍ଦ୍ଦେଶର ଅନୁପାଳନ କରିଛି ସିବିଆଇ।