ଓଡ଼ିଶା 365 (ବ୍ୟୁରୋ):ସାଧାରଣତଃ କିଛି ଲୋକ ନିୟମିତ ଭାବରେ ଆଙ୍ଗୁଠି ଫୁଟାଇଥାନ୍ତି । ଆଉ କିଛି ଲୋକ ଅଛନ୍ତି ଆଙ୍ଗୁଠି ନଫୁଟେଇବା ପର୍ଯ୍ୟନ୍ତ କୌରସି କାମ କରନ୍ତି ନାହିଁ । ଯାହା ସେମାନଙ୍କର ଏକ ଅଭ୍ୟାସରେ ପରିଣତ ହୋଇଯାଇଥାଏ । ଆଙ୍ଗୁଠି ଫୁଟାଇବା ଦ୍ୱାରା ହାତ ଗଣ୍ଠିର ଯନ୍ତ୍ରଣା ମଧ୍ୟ କମିଯାଇଥାଏ । ହେଲେ ଏହାକୁ ନେଇ ଲୋକମାନଙ୍କ ମନରେ ଅନେକ ପ୍ରଶ୍ନ ଆସିଥାଏ। ଆଙ୍ଗୁଠି ଫୁଟାଇବା ଦ୍ୱାରା ଗଣ୍ଠି ଯନ୍ତ୍ରଣା ବା ଆର୍ଥ୍ରାଇଟିସ୍ ହେବା କିମ୍ବା ଏହା ଆଙ୍ଗୁଠିକୁ ଦୁର୍ବଳ କରିଦେବା ଏପରି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରିଥାଏ ।
ଆମ ଆଙ୍ଗୁଠିରେ କିଛି ଗଣ୍ଠି ଥାଏ ଏବଂ ଏହି ଗଣ୍ଠିରେ ସିନୋଭିଆଲ୍ ଫ୍ଲୁଇଡ୍ ଥାଏ। ଏହି ଫ୍ଲୁଇଡ୍ ଗଣ୍ଠି ଉପରେ ଏକ ଲବ୍ରିକାଣ୍ଟ ଭାବରେ କାମ କରେ। ଏହି ଫ୍ଲୁଇଡ୍ ରେ ସ୍ୱଭାବିକ ଭାବରେ ବବଲ୍ସ ସୃଷ୍ଟି ହୁଏ। ଯେତେବେଳେ ଆପଣ ଆଙ୍ଗୁଠି ବଙ୍କା କରନ୍ତି କିମ୍ବା ଟାଣନ୍ତି ସେହି ବବଲ୍ସ ଫୁଟିଥାଏ ଏବଂ ଏକ ଶବ୍ଦ ହୋଇଥାଏ। ଏହି ବବଲ୍ଗୁଡିକର ବିସ୍ଫୋରଣ ଆଙ୍ଗୁଠିର ଗଣ୍ଠି ଉପରେ କୌଣସି ପ୍ରଭାବ ପକାଏ ନାହିଁ । ଡକ୍ଟରଙ୍କ ଅନୁଯାୟୀ, ଆପଣ ସବୁବେଳେ ଆଙ୍ଗଠି ଫୁଟାନ୍ତୁ ଏବଂ ଶରୀରକୁ ସୁସ୍ଥ ରଖନ୍ତୁ ।