ଓଡ଼ିଶା 365 (ବ୍ୟୁରୋ): ଲୁକ୍ ଆଉଟ୍ ସର୍କୁଲାର ପରେ ସିଙ୍ଗର ସୌରିନ୍ ଭଟ୍ଟଙ୍କ ମିଳୁନି ପତ୍ତା। ଯୁବତୀଙ୍କୁ ଯୌନ ନିର୍ଯାତନା ଦେବା ଘଟଣାରେ କଲିକତା ଯାଇ ଖାଲି ହାତରେ ଫେରିଛି କମିଶନରେଟ ପୋଲିସ । ସୌରୀନଙ୍କ ବିରୋଧରେ ଲୁକ୍ ଆଉଟ ସର୍କୁଲାର ଯାରି ହୋଇଥିଲେ ମଧ୍ୟ କେଉଁଠି ଅଛନ୍ତି ସୌରୀନ ତାର ପତ୍ତା ପାଉନି ନାହିଁ ପୋଲିସ । ସୌରୀନ କଲିକତାରେ ନା ମୁମ୍ବାଇରେ ତାର ପତ୍ତା ପାଉ ନାହିଁ କମିଶନରେଟ ପୋଲିସ । ପୋଲିସ ଟେକ୍ନିକାଲ ସର୍ଭେଲାନ୍ସ ଜାରି ରଖିଥିଲେ ମଧ୍ୟ ଚତୁରତାର ସହ ସବୁ ଆଡକୁ ଯାଇ ଘୁରି ବୁଲୁଛନ୍ତି ସୌରୀନ । ସୌରୀନ ଭଟ୍ଟ ନିଜ ମୋବାଇଲ ଫୋନ ବ୍ୟବହାର କରୁନଥିବା ବେଳେ ସୌରୀନଙ୍କୁ ଠାବ କରିବା ପୋଲିସ ପାଇଁ କାଠିକର ପାଠ ହୋଇଯାଇଛି ।
ସୂଚନାଯୋଗ୍ୟ, ସୌରୀନଙ୍କୁ ଗିରଫ କରିବା ପାଇଁ କଲିକତା ଯାଇ ଖାଲି ହାତରେ ଫେରିଛି କମିଶନରେଟ ପୋଲିସର ଏକ ଟିମ । ସୌରୀନ ଯେଭଳି ବିଦେଶ ଯାଇ ନପାରନ୍ତି ପୋଲିସ କ୍ରାଇମବ୍ରାଞ୍ଚ ମାଧ୍ୟମରେ ଲୁକ ଆଉଟ ସର୍କୁଲାର ଜାରି କରିଛି । ଏଥିସହ ଅର୍ଥନୈତିକ କାରବାରକୁ ବନ୍ଦ୍ କରିବାକୁ ସୌରୀନଙ୍କ ଦୁଇଟି ଆକାଉଣ୍ଟ ମଧ୍ୟ ଫ୍ରିଜ କରିଛି ପୋଲିସ। ହେଲେ ପୋଲିସକୁ ଚକମା ଦେଇ ବୁଲୁଛି ସୌରୀନ। ଯୁବତୀଙ୍କୁ ନିର୍ଯାତନା ଘଟଣା ରେ ସୌରୀନଙ୍କ ବେଲ୍ ଅନ୍ତରୀଣ ଜାମିନକୁ ଅଗ୍ରାହ୍ୟ କରିବା ସହ ଆଗୁଆ ଜାମିନ ଆବେଦନକୁ ଖାରଜ କରିଥିଲେ । ପୋଲିସ ସୌରୀନଙ୍କ ପରିବାର ଲୋକଙ୍କ ମୋବାଇଲ ଟ୍ରାକ କରିବା ସହ କଲ ରେକର୍ଡ ଯାଞ୍ଚ କରୁଛି।