ଓଡ଼ିଶା 365 (ବ୍ୟୁରୋ): ଜେଲ କର୍ତ୍ତୃପକ୍ଷଙ୍କ ଖାଲଖିଆଲ କାର୍ଯ୍ୟ। ଜଣଙ୍କୁ ମିଳିଲା ଜାମିନ, ମୁକୁଳିଲେ ଅନ୍ୟ ଜଣେ ଅଭିଯୁକ୍ତ। ଠକେଇ ଅଭିଯୁକ୍ତଙ୍କ ବଦଳରେ ଛାଡିଦେଲେ ଦୁଷ୍କର୍ମକାରୀ ଅଭିଯୁକ୍ତଙ୍କୁ। ଏଙଳି ସାଂଘାତିକ ତ୍ରୁଟି ଘଟିଛି ଝାରପଡ଼ା ସ୍ପେଶାଲ ଜେଲରେ। ଏହାପରେ ସବୁଠୁ କଡ଼ା ସୂରକ୍ଷା ଓ ସୁରକ୍ଷିତ ଜେଲ କୁହାଯାଉଥିବା ଝାରପଡ଼ା ଜେଲର କର୍ମଚାରୀଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ଉଠିଛି।
ସୂଚନା ଅନୁସାରେ ପିତା ପୂର୍ଣ୍ଣ ଚନ୍ଦ୍ର ଜେନାଙ୍କ ପୁଅ ରମେଶ ଚନ୍ଦ୍ର ଜେନାଙ୍କୁ ଜାମିନ ମିଳିଥିଲା। ହେଲେ ମୁକୁଳିଥିଲେ ଅନ୍ୟ ଜଣେ ଅଭିଯୁକ୍ତ। ତାଙ୍କ ନାଁ ମଧ୍ୟ ରମେଶ ଚନ୍ଦ୍ର ଜେନା। କିନ୍ତୁ ପିତାଙ୍କ ନାମ ଲକ୍ଷ୍ମୀଧର ଜେନା। ପରେ ଜେଲ କର୍ତ୍ତୁପକ୍ଷ ନିଜ ଭୁଲ ଜାଣି ପାରି ପ୍ରକୃତରେ ଜାମିନ ପାଇଥିବା ରମେଶ ଚନ୍ଦ୍ର ଜେନାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏହି ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛି ଜେଲ ବିଭାଗ। ଜେଲ ଡିଆଇଜି ଗରୀବ ସାହୁଙ୍କୁ ତଦନ୍ତ କରି ଜେଲ ଡିଜିଙ୍କୁ ରିପୋର୍ଟ ଦେବାକୁ କୁହାଯାଇଛି।