ଓଡ଼ିଶା 365 (ବ୍ୟୁରୋ): ଖଲିସ୍ତାନୀ ଆତଙ୍କବାଦୀ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ । କାନାଡାରେ ହିନ୍ଦୁଙ୍କୁ ଧମକାଉଥିବା ପନ୍ନୁର ସମସ୍ତ ସଂପତ୍ତି ଜବତ କରିଛି ଏନଆଇଏ । ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ ଏବେ ଆମେରିକା ଏବଂ କାନାଡାର ନାଗରିକତା ଗ୍ରହଣ କରିଛି । କାନାଡାରେ ରହି ହିନ୍ଦୁ ମନ୍ଦିର ସହ ହିନ୍ଦୁଙ୍କ ଉପର ଆକ୍ରମଣ ଧମକ ଦେଇଥିଲା ପନ୍ନୁ । ଚଣ୍ଡିଗଡ଼ ଓ ଅମୃତସରରେ ଥିବା ଆଲିସାନ ଘର,ଜମି ବିଭିନ୍ନ ସ୍ଥାବର ଅସ୍ଥାବର ସମ୍ପତ୍ତିକୁ ଜବତ କରିଛି ଏନଆଇଏ । ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ ୧୯୬୭ର ଧାରା ୩୩(୫) ଅନୁଯାୟୀ ପନ୍ନୁର ସ୍ଥାବର ସମ୍ପତ୍ତି ଜବତ କରିବା ପାଇଁ ଏନଆଇଏ ଏକ ସ୍ୱତନ୍ତ୍ର ଅଦାଲତର ଦ୍ୱାରସ୍ଥ ହୋଇଥିଲା। ବର୍ଷ ବର୍ଷ ଧରି ଭାରତରେ ଆତଙ୍କବାଦୀ କାର୍ଯ୍ୟ ଚଳାଇ ଆସୁଛି ପନ୍ନୁ ।ଉଭୟ କାନାଡା ଓ ଆମେରିକାର ନାଗରିକତା ନେଇଥିବା ପନ୍ନୁ ନିୟମିତ ଭାବେ ଭାରତ ବିରୋଧୀ ପ୍ରଚାର ଚଳାଇଥାଏ । ବିଦେଶରେ ଥିବା ଭାରତୀୟ ଦୂତାବାସ ଓ କନସୁଲେଟ ଆକ୍ରମଣ ପଛରେ ବି ପନ୍ନୁର ହାତ ଥିବା ଏନଆଇଏ କହିଛି ।
ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରର ହତ୍ୟାକୁ ନେଇ ଭାରତ କାନାଡା ସଂପର୍କ ଖରାପ ହେବାରେ ଲାଗିଛି । ଏହା ପରେ ପନ୍ନୁ ବିବାଦୀୟ ଭିଡିଓ ଛାଡିବାରେ ଲାଗିଥିଲା । କାନାଡାରେ ଖାଲିସ୍ତାନ ପ୍ରସଙ୍ଗ ଚରମ ସୀମାରେ ରହିଛି । କାନାଡା ସରକାର ସହ ଭାରତର କଥାବାର୍ତ୍ତା ମଧ୍ୟରେ ଆତଙ୍କବାଦୀ ଗୁରୁପନ୍ତ ସିଂ ପନ୍ନୁ କାନାଡାର ହିନ୍ଦୁମାନଙ୍କୁ ଦେଶ ଛାଡିବାକୁ ଏକ ବିବାଦୀୟ ଧମକ ଦେଇଥିଲେ। ବର୍ତ୍ତମାନ ଏହି ଭିଡିଓକୁ ନିନ୍ଦା କରାଯାଉଛି।ପନ୍ନୁର ଗୁରପତୱନ୍ତ ସିଂ ପନ୍ନୁ ଅମୃତସରର ବାସିନ୍ଦା ହୋଇଥିବାବେଳେ ଭାରତ ତାଙ୍କୁ ଖଲିସ୍ତାନୀ ଆତଙ୍କବାଦୀ ଘୋଷଣା କରିଛି। ୨୦୧୯ ଜୁଲାଇ ୧୦ତାରିଖରେ ଭାରତ ସରକାର ଏସ୍ଏଫଜେକୁ ଏକ ବେଆଇନ ସଂଗଠନ ଘୋଷଣା କରିବା ସହ ଏହାକୁ ୫ ବର୍ଷ ପାଇଁ ନିଷିଦ୍ଧ କରିଥିଲେ।
ଭାରତ ସରକାର କହିଥିଲେ ଏହି ସଂଗଠନର ମୂଳ ଉଦ୍ଦେଶ୍ୟ ପଞ୍ଜାବରେ ଏକ ସ୍ୱାଧୀନ ଏବଂ ସାର୍ବଭୌମ ଦେଶ ପ୍ରତିଷ୍ଠା କରିବା ହୋଇଥିବାବେଳେ ଏହା ଖୋଲାଖୋଲି ଭାବେ ଖାଲିସ୍ତାନକୁ ସମର୍ଥନ କରୁଛି । ଏହି ସଂଗଠନ ଭାରତର ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତାକୁ ଚ୍ୟାଲେଞ୍ଜ କରୁଛି। ଦିନକୁ ଦିନ ଭାରତରେ ଆତଙ୍କବାଦୀଙ୍କ ମୁଣ୍ଡ ଗଡୁଥିବାବେଳେ ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂ ପନ୍ନୁର ସଂପତ୍ତି ଜବତ। ଅନ୍ୟ ଆତଙ୍କବାଦୀଙ୍କୁ ଚିନ୍ତାରେ ପକାଇଛି।