ଓଡ଼ିଶା 365 (ବ୍ୟୁରୋ): ଗୋଟେ ଝିଅ ଜନ୍ମ ହେବାପରେ ସେ ବାପାଙ୍କ ପରିଚୟରେ ପରିଚିତ ହୋଇଥାଏ । ହେଲେ ବିବାହ ପରେ ସେ ତା ସ୍ୱାମୀଙ୍କ ନାଁରେ ନୂଆ ପରିଚୟ ପାଇଥାଏ । ଟୋପାଏ ସିନ୍ଦୁର ଗୋଟେ ନାରୀକୁ ବଦଳାଇ ଦେଇଥାଏ । ଜଣେ ନାରୀ ପାଇଁ ସିନ୍ଦୁରର ମୂଲ୍ୟ ସବୁଠୁ ଉର୍ଦ୍ଧରେ । ଏହାକୁ ନେଇ ସେ ଗର୍ବ କରେ ,କାରଣ ଏହା ତାର ଏକ ପରିଚୟ । ଆପଣ ଜାଣିଥିବେ ସାଧାରଣତ ହିନ୍ଦୁ ବିବାହିତ ମହିଳାମାନେ ଗାଧୋଇବା କିମ୍ବା କେଶ ଧୋଇବା ପରେ ତୁରନ୍ତ ସିନ୍ଦୁର ପିନ୍ଧି ଥାନ୍ତି ହେଲେ ଆପଣ ଜାଣନ୍ତି କି, ଏମିତି କରିବା ବାସ୍ତୁ ଶାସ୍ତ୍ର ଅନୁଯାୟୀ ଅଶୁଭ । ବାସ୍ତୁ ଅନୁଯାୟୀ, ଏହା କରିବା ଦ୍ୱାରା ମହିଳାଙ୍କ ଉପରେ ଖରାପ ପ୍ରଭାବ ପଡିଥାଏ । ସେମାନଙ୍କ ମନରେ ଖରାପ ଚିନ୍ତାଧାରା ଜାତ ହେବ,ଏବଂ ଘରର ସୁଖ ଓ ଶାନ୍ତି ଭଙ୍ଗ ହେବା ସହ ପାରିବାରିକ କଳହ ମଧ୍ୟ ସଦାସର୍ବଦା ଲାଗିରହିଥାଏ । ତେଣୁ ଗାଧୋଇ ସାରିବା ପରେ ତୁରନ୍ତ ସିନ୍ଦୁର ପିନ୍ଧନ୍ତୁ ନାହିଁ ।