ଓଡ଼ିଶା 365 (ବ୍ୟୁରୋ): ଶନିବାର ୧୫ ଦଫା ଦାବି ନେଇ ରାଜ୍ୟବ୍ୟାପୀ ରାଜରାସ୍ତାକୁ ଓହ୍ଲାଇଛନ୍ତି ଶତାଧିକ ସରପଞ୍ଚ । ତ୍ରିସ୍ତରୀୟ ପଚାଂୟତରାଜ ବ୍ୟବସ୍ଥାରେ ସରପଞ୍ଚମାନଙ୍କୁ ପ୍ରାବଧାନ ଅନୁଯାୟୀ ପାଣ୍ଠି ବୃଦ୍ଧି ଏବଂ ପେନସନ ରାଶି ୨,୩୫୦ରୁ ୩୦ ହଜାର ଟଙ୍କା ବୃଦ୍ଧି ସହ ପୂର୍ଣ୍ଣ କ୍ଷମତା ପ୍ରଦାନ ସମେତ ବିଭିନ୍ନ ଦାବି ନେଇ ଭୁବନେଶ୍ୱରର ଲୋୟର ପିଏମଜିରେ ଧାରଣାରେ ବସିଛନ୍ତି ରାଜ୍ୟର ଅନେକ ସ୍ଥାନରୁ ସରପଞ୍ଚମାନେ। ଦୁଇ ମାସ ପୂର୍ବରୁ ଏ ନେଇ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ତେବେ ଦାବି ପୂରଣ ନ ହେବାରୁ ବାଧ୍ୟ ହୋଇ ସେମାନେ ରାଜ୍ୟର ବିଭିନ୍ନ ବ୍ଲକ ସଦର ମହକୁମା ଓ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ସରପଞ୍ଚ ମହାସଙ୍ଘର ଅଭିଯୋଗ ଯେ, ସେମାନେ ବିନା ଛୁଟିରେ ଦିନରାତି ନିଜ ଅଂଚଳର ଲୋକଙ୍କ ପାଇଁ କାମ କରୁଥିଲେ ମଧ୍ୟ ସେମାନଙ୍କୁ ମାତ୍ର ୨୩୦୦ ଟଙ୍କା ଦିଆଯାଉଛି। ସରପଞ୍ଚମାନେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ବ୍ଲକସ୍ତରୀୟ ଅଧିକାରୀଙ୍କ ଅଜାଣତରେ ଅଧିକାଂଶ ସରକାରୀ ପ୍ରକଳ୍ପ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରାଯାଉଛି ଏବଂ ସେମାନଙ୍କ କ୍ଷମତା ଓ ଅଧିକାରକୁ ସଙ୍କୁଚିତ କରାଯାଉଛି। ଆମ ନିଜ ପଞ୍ଚାୟତରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପକୁ ନେଇ ଯଦି ଆମକୁ ଅନ୍ଧାରରେ ରଖାଯାଏ ତେବେ ସରପଞ୍ଚଙ୍କ କ’ଣ ଫାଇଦା। ତେଣୁ ଦାବି ପୂରଣ ନହେଲେ ଦାବି ପୂରଣ ନହେଲେ ସମୂହ ଇସ୍ତଫା ଦେବାକୁ ଚେତାବନୀ ଦେଇଛି ସରପଞ୍ଚ ସଂଘ।