ଓଡ଼ିଶା 365 (ବ୍ୟୁରୋ): ପୁଣି ଓଡ଼ିଶା ମୁହାଁ ଆଉ ଏକ ଲଘୁଚାପ । ୨୯ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ପରବର୍ତ୍ତୀ ୨୪ଘଣ୍ଟାରେ ଅଧିକ ଘନୀଭୂତ ହୋଇ ଲଘୁଚାପର ରୂପ ନେବ । ପୂର୍ବ- କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ପରବର୍ତୀ ପର୍ଯ୍ୟାୟରେ ଏହା ପଶ୍ଚିମ- ଉତର-ପଶ୍ଚିମ ଦିଗରେ ଗତି କରି, ଧୀରେ ଧୀରେ ଅଧିକ ଘନୀଭୂତ ହେବ । ଯାହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ଏନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ତେବେ ଏହା ବାତ୍ୟାର ରୂପ ନେବ କି ନାହିଁ କେଉଁ କେଉଁ ଜିଲ୍ଲା ଏବଂ କେଉଁ କେଉଁ ସ୍ଥାନରେ ବର୍ଷା ହେବ ସେନେଇ କିଛି ସ୍ପଷ୍ଟ କରିନାହିଁ ପାଣିପାଗ ବିଭାଗ। ବାତ୍ୟା ହେବା ନେଇ କିଛି ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥା ଆକଳନ କରିଥିଲେ । ତେବେ ଏପର୍ଯ୍ୟନ୍ତ ସେମିତି କୌଣସି ଆକଳନ ହୋଇନଥିବା କହିଥିଲେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।