ଓଡ଼ିଶା 365 (ବ୍ୟୁରୋ) : ସାଧାରଣତଃ ବର୍ତ୍ତମାନ ଯୁଗର ଲୋକମାନେ ବହୁତ ଖାଦ୍ୟପ୍ରେମୀ । କାହିଁକି ନା ସେମାନେ ତାଙ୍କ ଖାଇବାକୁ ନେଇ ଖୁବ୍ ପ୍ରିୟ । ଯେତେ ଖାଇଲେ ବି ଅଧିକ ଖାଇ ଦିଅନ୍ତି । ପରେ ଘରକୁ ଆସି ଡାଏଟ୍ କରନ୍ତି । ଯେମିତିକି ଲେମ୍ବୁ ପାଣି ପିଇବା । ହଁ ଲେମ୍ବୁ ପାଣି ପିଇବାର ଏକ ନିର୍ଦ୍ଦିଷ୍ଟ ପରିମାଣ ଅଛି । ହେଲେ ଏହି ପାଣି ପିଇବା ସ୍ବାସ୍ଥ୍ୟ ପାଇଁ ଠିକ୍ କିନ୍ତୁ ଦରକାର ଠାରୁ ଅଧିକବହୁତ ଖରାପ୍ ହୋଇଥାଏ । ଆଜି ଆମେ ଲେମ୍ବୁ ବିଷୟରେ କହୁଛୁ, ଏହାର ଅତ୍ୟଧିକ ବ୍ୟବହାର କରିବା ଦ୍ବାରା ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇ ଥାଏ । ଲେମ୍ବୁ ପାଣି ଗ୍ରୀଷ୍ମ ଋତୁରେ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ।
ଲେମ୍ବୁରୁ ଭିଟାମିନ୍ ସି, ପୋଟାସିୟମ୍ ଏବଂ ଫାଇବର ମଧ୍ୟ ମିଳିଥାଏ । କିନ୍ତୁ ଏହାକୁ ଅତ୍ୟଧିକ ପିଇବା ଦ୍ୱାରା ଆମକୁ ଏପରି କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ଯାହାକୁ ଆପଣ କଳ୍ପନା ମଧ୍ୟ କରିପାରିବେ ନାହିଁ । ଅଧିକ ଲେମ୍ବୁ ପାଣି ଖାଇବା ଦ୍ୱାରା ଦାନ୍ତ ନଷ୍ଟ ହୋଇପାରେ । ଲେମ୍ବୁରେ ସାଇଟ୍ରିକ୍ ଏସିଡ୍ ଥାଏ, ଯେଉଁଥିପାଇଁ ଏହା ଆପଣଙ୍କ ଦାନ୍ତର ଏନାଲ୍କୁ ନଷ୍ଟ କରିପାରେ । ଲେମ୍ବୁ ପାଣି ଅତ୍ୟଧିକ ପିଇଲେ ପେଟ ଯନ୍ତ୍ରଣା ମଧ୍ୟ ହୋଇଥାଏ । ଲେମ୍ବୁ ପାଣି ଦରକାର ଠାରୁ ଅଧିକ ପିଇବା ଦ୍ବାରା ଗ୍ୟାସ୍ ମଧ୍ୟ ହୋଇପାରେ।