ଓଡ଼ିଶା365(ବ୍ୟୁରୋ): ସୀମାପାର ଆତଙ୍କବାଦ ବନ୍ଦ କର। ନିଜ ଦେଶରେ ଥିବା ଆତଙ୍କବାଦ ଭିତ୍ତିଭୂମି ହଟାଅ ଓ ବେଆଇନ ଭାବେ ଦଖଲ କରିଥିବା ଭାରତୀୟ ଅଞ୍ଚଳ ଖାଲି କରିବାକୁ ଜାତିସଂଘରେ ଭାରତ ପାକିସ୍ତାନକୁ କଡ଼ା ଭାଷାରେ କହିଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି। ନ୍ୟୁୟର୍କରେ ଜାତିସଂଘର ମହାସଭାର ୭୮ତମ ଅଧିବେଶନରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଅନ୍ୱାର୍ ଉଲ୍ ହକ୍ କାକଡ଼ କଶ୍ମୀର ପ୍ରସଙ୍ଗ ଉତଥାପନ କରିବାରୁ ଭାରତ ଏପରି ଜବାବ ଦେଇଛି। ‘ୟୁଏନ୍ଜିଏ’ରେ ପାକିସ୍ତାନ ଅଭିଭାଷଣର ପ୍ରତି ଉତ୍ତର ଦେବା ଅଧିକାର ସାବ୍ୟସ୍ତ କରି ଭାରତ କଠୋର ଭାଷାରେ କହିଛି ଯେ, ନୂଆଦିଲ୍ଲୀ ବିରୋଧରେ ଅପପ୍ରଚାର କରିବା ପାଇଁ ପାକିସ୍ତାନ ଆନ୍ତର୍ଜାତିକ ସାମ୍ମୁଖ୍ୟର ଅପବ୍ୟବହାର କରୁଛି। ଜମ୍ମୁ ଓ କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଂଶ। ସେ ପ୍ରସଙ୍ଗରେ କହିବା ଲାଗି ପାକିସ୍ତାନର କୌଣସି ଅଧିକାର ନାହିଁ ବୋଲି କହିଛି ଭାରତ ।