ଓଡ଼ିଶା 365 (ବ୍ୟୁରୋ) : ୨୦୨୪ରେ ହେବାକୁଥିବା ୧୯ ବର୍ଷରୁ କମ୍ ବିଶ୍ୱକପ୍ ଲାଗି ଖେଳସୂଚୀ ଘୋଷଣା କରିଛି ଆଇସିସି। ଏହି ଟୁର୍ଣ୍ଣାମେଣ୍ଟ ଜାନୁଆରି ୧୩ରୁ ଆରମ୍ଭ ହୋଇ ଫେବ୍ରୁଆରି ୪ ଯାଏ ଶ୍ରୀଲଙ୍କାରେ ଖେଳାଯିବ । ଜାନୁଆରୀ ୧୪ରେ ବାଂଲାଦେଶ ବିପକ୍ଷରେ ଖେଳିବ ଭାରତ। ଏଥିରେ ୧୬ଟି ଦଳ ପ୍ରତିଦ୍ୱନ୍ଦ୍ୱିତା କରିବେ । ବିଶ୍ୱକପ୍ ସ୍ଥାନ ହାସଲ କରିଥିବା ୫ଟି ଦଳ ମଧ୍ୟରେ ରହିଛନ୍ତି ନାମିବିଆ, ନେପାଳ, ନ୍ୟୁଜିଲାଣ୍ଡ, ସ୍କଟଲ୍ୟାଣ୍ଡ ଓ ଆମେରିକା ।
ଜାନୁଆରୀ ୧୩ତାରିଖରୁ ଏହି ମ୍ୟାଚ୍ ଆରମ୍ଭ ହେବ ଏବଂ ପ୍ରଥମ ଦିନରେ ତିନୋଟି ମ୍ୟାଚ୍ ଖେଳାଯିବ। ଆୟୋଜକ ଶ୍ରୀଲଙ୍କା ଆର ପ୍ରେମଦାସା ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଜିମ୍ବାୱେକୁ ଭେଟିଥିବା ବେଳେ ୨୦୨୨ ଫାଇନାଲିଷ୍ଟ ଇଂଲଣ୍ଡ କଲମ୍ବୋ କ୍ରିକେଟ କ୍ଲବରେ ସ୍କଟଲାଣ୍ଡ ଓ ନ୍ୟୁଜିଲାଣ୍ଡ ପି ସାରା ଓଭାଲରେ ନେପାଳ ବିପକ୍ଷରେ ମୁହାଁମୁହିଁ ହେବେ । ୩୦ ଓ ଫେବ୍ରୁଆରି ୧ରେ ସେମିଫାଇନାଲ୍ ଏବଂ ଫେବ୍ରୁଆରି ୪ରେ ଖେଳାଯିବ ଫାଇନାଲ୍ ମ୍ୟାଚ୍।