ଓଡ଼ିଶା 365 (ବ୍ୟୁରୋ) : ବାପ ନାଁରେ ସେ ଥିଲା ରାକ୍ଷସ । ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆଇନ ଅନୁଯାୟୀ ପୀଡ଼ିତାଙ୍କ ଶିକ୍ଷା ଓ ଆବଶ୍ୟକତାକୁ ପୂରଣ କରିବା ଲାଗି ୫ ଲକ୍ଷ ଟଙ୍କା ଦେବାକୁ ସ୍ପେଶାଲ ଫ୍ରାଷ୍ଟଟ୍ରାକ କୋର୍ଟ ପ୍ରଦାନ କରିଛନ୍ତି । ସୂଚନା ଅଗତ ୨୦୦୮ ମସିହାରେ ଆବେଦନକାରୀ ମହିଳା ଅଭିଯୁକ୍ତକୁ ବିବାହ କରିଥିଲା । ସେମାନଙ୍କର ୬ ଜଣ ସନ୍ତାନ ହୋଇଥିବା ବେଳେ ସେଥିମଧ୍ୟରୁ ୪ଟି ପୁଅ ଓ ୨ଟି ଝିଅ ଥିଲେ । ଅଭିଯୁକ୍ତ ପିତା ସଦାସର୍ବଦା ମଦ ପିଉଥିବା ବେଳେ ଘରେ ରହୁଥିଲା । ଏପଟେ ପୀଡ଼ିତାଙ୍କ ମାଆ ଭିକ୍ଷାବୃତ୍ତି କରୁଥିଲେ ।
୨୦୨୧ ନଭେମ୍ବର ୩୦ ତାରିଖରେ ସବୁ ଦିନ ପରି ଅପରାହ୍ନ ୪ଟାରେ ୨ ସନ୍ତାନଙ୍କୁ ଧରି ମହିଳା ଜଣକ ଭିକ୍ଷାବୃତ୍ତି କରିବା ଲାଗି ମସାବ ଟ୍ୟାଙ୍କ ନିକଟକୁ ଯାଇଥିଲେ ।
ଆବେଦନକାରୀ ମହିଳାଙ୍କ ବଡ଼ ଭଉଣୀ ମଧ୍ୟ ସେହି ବିଲ୍ଡିଂର ଗ୍ରାଉଣ୍ଡ ଫ୍ଲୋରରେ ରହୁଥିଲେ । ଯେତେବେଳେ ସେ ଘର ମାଲିକକୁ ଭଡ଼ା ଦେବା ଲାଗି ଉପରକୁ ଯାଇଥିଲେ, ସେତେବେଳେ ଅଭିଯୁକ୍ତ ଜଣକ ନିଜ ବଡ଼ ଝିଅ ଯାହାର ବୟସ ମାତ୍ର ୧୦ ବର୍ଷ କୁ ଦୁଷ୍କର୍ମ କରୁଥିବା ସେ ଜାଣିବାକୁ ପାଇଥିଲେ । ଏହାପରେ ପଡ଼ୋଶୀଙ୍କ ସହାୟତାରେ ଘର କବାଟ ଭାଙ୍ଗି ପୀଡ଼ିତାଙ୍କୁ ଉଦ୍ଧାର କରାଯାଇଥିଲା ।
ଏନେଇ ପୀଡ଼ିତାଙ୍କ ମାଆ ହବିବନଗର ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ପିତାକୁ ଗିରଫ କରିଥିଲା । ତେବେ କୋର୍ଟ ଏହି ଘୃଣ୍ୟକାଣ୍ଡ ଲାଗି ଅଭିଯୁକ୍ତ ପିତାକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ସହିତ ୫ ହଜାର ଟଙ୍କା ଜୋରିମାନା ଭରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।