ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ପରିଣୀତି ଚୋପ୍ରା ଓ ରାଘବ ଚଢ଼ାଙ୍କ ଯୋଡି । ସବୁବେଳେ ଏହି ଯୋଡିକୁ ନେଇ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ହେଉଛି । ବର୍ତ୍ତମାନ ଉଭୟଙ୍କ ବିବାହ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଉଭୟ ପରିବାର ଉଦୟପୁର ପହଞ୍ଚିଛନ୍ତି। ଆସନ୍ତାକାଲି ପରୀଙ୍କ ମଥାରେ ସିନ୍ଦୁର ଦେଇ ସାତ ଫେରା ନେଇ ସାତ ଜନ୍ମର ସାଥି ହେବେ ପରୀ-ରାଘବ ।ଏହି ବିବାହରେ ରାଜନୀତି ଏବଂ ବଲିଉଡର ଅନେକ ତାରକା ଯୋଗଦେବେ । ଏଥିମଧ୍ୟରୁ ପ୍ରିୟଙ୍କା ଚୋପ୍ରା ଏବଂ ତାଙ୍କ ସ୍ୱାମିଙ୍କୁ ନେଇ ବେଶ୍ ଚର୍ଚ୍ଚା ହେଉଥିଲା । ହେଲେ ବର୍ତ୍ତମାନ ପ୍ରିୟଙ୍କା ଚୋପ୍ରା ଏହି ବିବାହ ଉତ୍ସବରେ ଯୋଗଦେବେ ନାହିଁ ବୋଲି ସୂଚନା ମିଳିଛି । ଏନେଇ ପ୍ରିୟଙ୍କା ତାଙ୍କ ଭଉଣୀ ଅର୍ଥାତ୍ ପରିଣୀତିଙ୍କ ପାଇଁ ଏକ ପୋଷ୍ଟ ସେୟାର କରିଛନ୍ତି । ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି।
ସେପ୍ଟେମ୍ବର ୨୪ରେ ପରିଣୀତି ଏବଂ ରାଘବ ସାତ ଜନ୍ମର ସାଥି ହେବେ। ଅତିଥିମାନେ ସେମାନଙ୍କ ବିବାହ ଉତ୍ସବରେ ଯୋଗଦେବାକୁ ସେଠାରେ ଧିରେ ଧିରେ ପହଞ୍ଚିଛନ୍ତି। ମୁମ୍ବାଇ ବିମାନବନ୍ଦରରୁ ରାଘବ ଏବଂ ପରିଣୀତିଙ୍କ ପରିବାରର କିଛି ଭିଡିଓ ସାମ୍ନାକୁ ଆସିଛି। ବିବାହ ସମ୍ବନ୍ଧରେ ସମସ୍ତଙ୍କ ମୁହଁରେ ଏକ ଭିନ୍ନ ପ୍ରକାରର ଖୁସି ଦେଖିବାକୁ ମିଳିଛି । ସମଗ୍ର ପରିବାର ଏକାଠି ଦେଖାଯାଇଥିବାବେଳେ ପ୍ରିୟଙ୍କାଙ୍କ ଅନୁପସ୍ଥିତି ତାଙ୍କ ବିବାହ ଉତ୍ସବରେ ଯୋଗ ନଦେବା ନେଇ ଚର୍ଚ୍ଚାର କାରଣ ପାଲଟିଛି। ଏହି ସମୟରେ ପ୍ରିୟଙ୍କା ପରୀଙ୍କ ପାଇଁ ସେୟାର କରିଥିବା ପୋଷ୍ଟରେ ସୂଚାଇ ଦେଉଛି ଯେ ସେ ଏହି ବିବାହ ଉତ୍ସବରେ ଯୋଗଦେବେ ନାହିଁ। ଏକ ପୁରୁଣା ଫଟୋ ସେୟାର କରି ପ୍ରିୟଙ୍କା ଲେଖିଛନ୍ତି, ‘‘ମୁଁ ଆଶା କରେ ତୁମେ ତୁମର ଜୀବନର ସବୁଠାରୁ ବଡ ଦିନରେ ବହୁତ ଖୁସି ଏବଂ ସନ୍ତୁଷ୍ଟ, ତୁମକୁ ବହୁତ ଭଲପାଇବା ସର୍ବଦା ।”
ସେପଟେ ପରିଣୀତି ଏବଂ ରାଘବଙ୍କ ବିବାହ ରୀତିନୀତି ଆଜିଠାରୁ ଆରମ୍ଭ ହେବ। ଏହା ଅଭିନେତ୍ରୀଙ୍କ ଚୁଡା ସମାରୋହରୁ ଆରମ୍ଭ ହେବ । ବିବାହ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି । ହୋଟେଲ୍ରେ ପ୍ରବେଶ କରୁଥିବା ଲୋକଙ୍କ ମୋବାଇଲ୍ ଫୋନରେ ବ୍ଲୁ ଟେପ୍ ଲଗାଯିବ। ଯାହାଫଳରେ ସେମାନେ ଭିଡିଓ ଏବଂ ଫଟୋ ଉଠାଇ ପାରିବେ ନାହିଁ। ଯଦି କେହି ଟେପ୍ ହଟାଇବେ ସୂଚନା ତୁରନ୍ତ ସୁରକ୍ଷାକର୍ମୀଙ୍କ ନିକଟରେ ପହଞ୍ଚିବ । କଡ଼ା ସୁରକ୍ଷା ବଳରେ ଉଭୟଙ୍କ ବିବାହ କାର୍ଯ୍ୟ ସମାପନ ହେବ ।