ଓଡ଼ିଶା 365 (ବ୍ୟୁରୋ): ଯେଉଁଭଳି ଭାବେ ଦିନକୁ ଦିନ ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତ ଚିହ୍ନ ହେଉଛନ୍ତି ତାକୁ ନେଇ ଏବେ ରାଜଧାନୀବାସୀଙ୍କୁ ଘାରିଛି ଚିନ୍ତା। ପ୍ରତିଦିନ କ୍ୟାପିଟାଲ ହସ୍ପିଟାଲଠାରୁ ଆରମ୍ଭ କରି ବିଭିନ୍ନ ଘରୋଇ ହସ୍ପିଟାଲରେ ରୋଗୀ ଭର୍ତ୍ତି ହେବାରେ ଲାଗିଛନ୍ତି । ଏହାର ମୁକାବିଲା ନେଇ ବିଏମ୍ସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ହୋଇଥିଲା । ଡାକ୍ତର କେତେ ବିଦ୍ୟାଳୟ ଓ ଘର ବୁଲି ଲୋକଙ୍କୁ ସଚେତନ କରିଛନ୍ତି ଏଥିରେ ଆଲୋଚନା ହୋଇଥିଲା । ହେଲେ ଏଥିଲେ ସ୍ୱାସ୍ଥ୍ୟ ବିଭାଗର ନୈରାଶ୍ୟଜନକ ପ୍ରଦର୍ଶନ ସାମ୍ନାକୁ ଆସିତିଲା। ଏହାପରେ କେଉଁ ଡାକ୍ତର, ୱାର୍ଡ ଅଫିସର, ସାନିଟାରୀ ଇନ୍ସପେକ୍ଟର କେତେ ଘରକୁ ଗଲେ, କେଉଁ ଅଞ୍ଚଳ ବୁଲିଲେ ତାହାର ଦୈନିକ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କମିଶନର ।
ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଡେଙ୍ଗୁ ସମ୍ପର୍କରେ ସଚେତନ । ସମସ୍ତ ୱାର୍ଡରେ ରବିବାର ଡ୍ରାଏ ଡେ ପାଳନ ଆଦିକୁ ଏଥିରେ ଗୁରୁତ୍ୱ ଦିଆଯାଇଛି। ପଜିଟିଭ ଚିହ୍ନଟ ସମ୍ପୃକ୍ତ ୱାର୍ଡର କର୍ପୋରେଟରଙ୍କ ନେତୃତ୍ୱରେ ଡ୍ରାଏ ଡେ, ବର୍ଜ୍ୟ ପୃଥକୀକରଣ ଏବଂ ଡେଙ୍ଗୁ ସଚେତନତା ପଦଯାତ୍ରା ଜୋରଦାର କରାଯିବା ସହ ସମସ୍ତ ଜୋନାଲ ଡେପୁଟି କମିଶନର, ୱାର୍ଡ ଅଫିସର ଓ ଏସ୍ଆଇମାନଙ୍କୁ ନିର୍ଦ୍ଦେଶ ହୋଇଛି । ଅକ୍ଟୋବରରେ ମଧ୍ୟ ଆମକୁ ଡେଙ୍ଗୁ ସଚେନତା ଚାଲୁ ରଖିବାକୁ ପଡ଼ିପାରେ ବୋଲି ସେ କହିଛନ୍ତି ।
ସେହିପରି ଦୈନିକ କେଉଁ କେଉଁ ସ୍ଥାନରେ ମଶା ଧୂଆଁ ଦିଆଯାଉଛି ଓ ମଶା ତେଲ ସିଞ୍ଚନ କରାଯାଉଛି, ତାହାର ରିପୋର୍ଟ ୱାର୍ଡ ଅଫିସର ଦେବେ । ବୁସ୍ କଟିଂ, ବର୍ଜ୍ୟ ଉଠାଇବା ଠିକ୍ ଭାବେ ହେଉଛି କି ନାହିଁ, ଆଦି ସମସ୍ତ କାର୍ଯ୍ୟର କ୍ଷେତ୍ର ପରିଦର୍ଶନ କରିବେ । ଡେଙ୍ଗୁ ରୋଗୀ ଥିବା ପରିବାରର ଘର ଓ ଘର ଚାରିପାଖ ଭଲ ଭାବେ ଯାଞ୍ଚ କରିବା ଦରକାର । ସେଥିପ୍ରତି ସମସ୍ତେ ଦୃଷ୍ଟି ଦେବାକୁ କୁହାଯାଇଛି । ଏହାର ପୂର୍ବାବସ୍ଥା ଏବଂ ପରାବସ୍ଥାର ଫଟୋଚିତ୍ର ଆଣି ବିବରଣୀ ଦେବାକୁ ଆଲୋଚନା କରାଯାଇଛି । ମଳ ନିଷ୍କାସନ ପାଇଁ ୧୪୪୨୦ ଟୋଲ ଫ୍ରି ନମ୍ବର କଲ୍ କିମ୍ବା ସଫା ଭୁବନେଶ୍ୱର ଆପ୍ରେ ବୁକ୍ କରିବାକୁ କୁହାଯାଇଛି ।