ଓଡ଼ିଶା365(ବ୍ୟୁରୋ): ଖଲିସ୍ତାନୀଙ୍କୁ ନେଇ ଭାରତ-କାନାଡ଼ା ମଧ୍ୟରେ ବିବାଦ ଚାଲିଥିବା ବେଳେ ନିଜ ଦେଶରେ ହିଁ ଲୋକପ୍ରିୟତା ହରାଉଛନ୍ତି ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ। ଯାହାର ଉଦାହରଣ ହେଉଛି ନିକଟରେ ହୋଇଥିବା ସର୍ଭେ। ସ୍ଥାନୀୟ ଗଣମାଧ୍ୟମ ସର୍ଭେରେ ଜଣାପଡିଛି କାନାଡାବାସୀ ଟ୍ରୁଡୋଙ୍କୁ ପୁନର୍ବାର ପ୍ରଧାନମନ୍ତ୍ରୀ ଭାବରେ ଦେଖିବାକୁ ଚାହୁଁନାହାଁନ୍ତି। ଆଗାମୀ ଦିନରେ କାନାଡ଼ାରେ ସାଧାରଣ ନିର୍ବାଚନ ହେବାକୁ ଥୁବା ବେଳେ ଜଷ୍ଟିନ ଟ୍ରୁଡୋଙ୍କ ନିଶ୍ଚନ୍ତ ଭାବରେ ଏହାର ପ୍ରଭାବ ପଡ଼ିବ।
ଭାରତ-କାନାଡ଼ା ରାଜନୈତିକ ବିବାଦ ଦୁଇ ଦେଶର କୂଟନୀତି ବିବାଦକୁ ବି ଉଗ୍ର କରୁଛି । କାନାଡ଼ାବାସୀଙ୍କ ଭିସା ସର୍ଭିସକୁ ଭାରତ ରଦ୍ଦ କରିଦେଇଛି । ସେହିପରି ଭାରତ-କାନାଡ଼ା ମଧ୍ୟରେ ବାଣିଜ୍ୟିକ କାରବା ଉପରେ ମଧ୍ୟ ପ୍ରଭାବ ପଡ଼ିଲାଣି। ଏପରିକି ଏହି ବିବାଦ ଆର୍ଥିକ କ୍ଷେତ୍ରରେ ଘୋର ପ୍ରଭାବ ପକାଇବାକୁ ଯାଉଛି । ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କାନାଡ଼ା ସ୍ଥିତ ରେସନ୍ ଏୟାରସ୍ପେଶ୍ କର୍ପୋରେସନର ସଂଚାଳନ ବନ୍ଦ କରିଦେଇଛି । ଭାରତ-କାନାଡ଼ା ବିବାଦରେ ବ୍ରିଟେନ, ଫ୍ରାନ୍ସ, ଆମେରିକା ନିରପେକ୍ଷ ନୀତି ଆପଣାଉଛନ୍ତି । ବିଶେଷଜ୍ଞଙ୍କ ମତରେ ଏହି ବିବାଦର ସମାଧାନର ପନ୍ଥା ତୁରନ୍ତ ନବାହାରିଲେ ଆଗାମୀ ଦିନରେ ଏହା ଭୟାନକ ପରିସ୍ଥିତି ସୃଷ୍ଟି କରିବ ।
ଖଲିସ୍ତାନୀକୁ ନେଇ ଭାରତ ଓ କାନାଡ଼ା ବିବାଦ ଭିତରେ ଭାରତ ସରକାର ଏକ ନିର୍ଦ୍ଦେଶାନାମା ଜାରି କରିଛନ୍ତି । ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କୁହାଯାଇଛି କି କୌଣସି ସ୍ଥିତିରେ ଗଣମାଧ୍ୟମ ଆତଙ୍କୀଙ୍କୁ ପ୍ରୋତ୍ସାହନ ଓ ପ୍ରଦର୍ଶିତ କରିପାରିବେନି । ଏପରିକି ଆତଙ୍କବାଦ ପ୍ରସଙ୍ଗରେ କୌଣସି ବିତର୍କ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ବି କଡ଼ା ଜବାଜ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସୋସିଆଲ ମିଡିଆରେ କିଛି ଲୋକ ଟ୍ରୁଡୋଙ୍କୁ ସମାଲୋଚନା କରିଛନ୍ତି । ଏପରିକି ଟ୍ରୁଡ଼ୋ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି ବୋଲି କିଛି ଲୋକ ସୋସିଆଲ ସିଡିଆରେ କମେଣ୍ଟ କରିଛନ୍ତି ।