ଓଡ଼ିଶା 365 (ବ୍ୟୁରୋ): ବାହାଘର ଏହାକୁ ନେଇ ସମସ୍ତେ ଚିନ୍ତିତ । ସେ ପୁଅ ହେଉ ଅବା ଝିଅ ପ୍ରାୟ ସମସ୍ତଙ୍କ ପାଇଁ ବାହାଘର ଏକ ବଡ଼ ସମସ୍ୟା ପାଲଟିଛି । କେହି କେହି କମ ବୟସରୁ ବିବାହ କରନ୍ତି ତ ଆଉ କେହି ବୟସ ଗଡିଗଲେ ବି ବିବାହ କରିପାରିନଥାନ୍ତି । କଥାରେ ଅଛି ବାହାରାଶି ନଫିଟିବା ପର୍ଯ୍ୟନ୍ତ ଯେତେ ଚେଷ୍ଟା କଲେ ବି ବିବାହ କାର୍ଯ୍ୟ ହୋଇପାରିନଥାଏ । ଯାହାକୁ ନେଇ ପୁଅ, ଝିଅ ଏବଂ ପରିବାର ଲୋକ ଚିନ୍ତାରେ ଥାଆନ୍ତି । ଆପଣ ଅନେକ କ୍ଷେତ୍ରରେ ଦେଖିଥିବେ ଯେ ପୁଅ ହେଉ ଅବା ଝିଅ ଉଭୟଙ୍କର ଅନେକ ପ୍ରସ୍ତାବ ଆସୁଥିବ ତଥାପି ବାହାଘର ହୋଇପାରିନଥାଏ । ବର୍ତ୍ତମାନ ସମୟରେ ତ ଏହି ସମସ୍ୟା ଏକ ସାଧାରଣ କଥା ପାଲଟି ଗଲାଣି । କ’ଣ ଆପଣଙ୍କ କ୍ଷେତ୍ରରେ ବି ଏମିତି ସମସ୍ୟା ଦେଖାଦେଉଛି ତେବେ ଆପଣାନ୍ତୁ ଏହି ଉପାୟ ।
କଥାରେ ଅଛି ଭଗବାନ ଚାହିଁଲେ ସବୁ ସମ୍ଭବ । ଯଦି ଆପଣଙ୍କ ବିବାହ ହୋଇପାରୁନାହିଁ ତେବେ ସମସ୍ତ ରୀତିନୀତିର ସହ ମା’ କାତ୍ୟାୟନୀଙ୍କୁ ପୂଜାର୍ଚ୍ଚନା କରନ୍ତୁ । ମା’ଙ୍କ ଆଶିର୍ବାଦରୁ ବିବାହ ଯୋଗ ହୋଇଥାଏ । ଯେଉଁ ବ୍ୟକ୍ତିଙ୍କର ବିବାହରେ ବାଧା ଦେଖାଦେଉଛି ସେମାନେ ଗୋଧୁଳି ସମୟରେ ହଳଦିଆ ବସ୍ତ୍ର ଧାରଣ କରି ମା’ଙ୍କ ନିକଟରେ ଦୀପ ପ୍ରଜ୍ଜ୍ୱଳନ କରନ୍ତୁ । ମା’ଙ୍କୁ ହଳଦିଆ ରଙ୍ଗର ଫୁଲ ଓ ତିନୋଟି ଗୋଟା ହଳଦୀ ମା’ଙ୍କୁ ଅର୍ପଣ କରନ୍ତୁ । ମା’ଙ୍କୁ ଅର୍ପଣ କରିଥିବା ୩ ଗୋଟି ହଳଦୀ ନିଜ ପାଖରେ ରଖି ମା’ଙ୍କ ସ୍ତୁତି ଜପ କରନ୍ତୁ । ଏହି ସ୍ତୁତି ଜପିବା ଦ୍ବାରା ମନସ୍କାମନା ପୂରଣ ହେବାସହ ଆପଣଙ୍କ ବିବାହ ଖୁବଶୀଘ୍ର ହେବ ।
ମା’ କାତ୍ୟାୟନୀଙ୍କ ବିଶେଷ ମନ୍ତ୍ର : “କାତ୍ୟାୟନୀ ମହାମାୟେ, ମହାଯୋଗୀନ୍ୟଧିଶ୍ୱରୀ। ନନ୍ଦଗୋପଶୁତଂ ଦେବୀ, ପତି ମେ କୁରୁତେ ନମଃ।” ଏହି ମନ୍ତ୍ର ଜପି ଆପଣ ବିବାହ ସମସ୍ୟାରୁ ମୁକ୍ତି ପାଇପାରିବେ ।