ଓଡ଼ିଶା 365 (ବ୍ୟୁରୋ): ଖୋଲିଲା ସୋନାଲି ସେଗଲଙ୍କ ଭାଗ୍ୟ । ବିବାହ ପରେ ଫ୍ୟାନ୍ସମାନଙ୍କୁ ଦେଲେ ଖୁସି ଖବର । ସେ ସବୁବେଳେ ରିଲ୍ ଲାଇଫ୍ ଏବଂ ରିୟଲ୍ ଲାଇଫକୁ ନେଇ ଖୁସିରେ ଥାଆନ୍ତି । ସୂଚନା ଅନୁଯାୟୀ ଦୀର୍ଘ ଦିନର ଡେଟିଂ ପରେ ୨ ମାସ ତଳେ ଅଶେଷ ସଜନାନିଙ୍କୁ ବିବାହ କରିଛନ୍ତି ସୋନାଲି ସେଗଲ। ତାଙ୍କ ଜୀବନର ଏହା ଥିଲା ଏକ ବଡ଼ ସେଲିବ୍ରେସନ । ଏବେ ବି ସୋନାଲି ଆଉ ଏକ ସେଲିବ୍ରେସନ କରିବାକୁ ଯାଉଛନ୍ତି । ଖବର ମୁତାବକ, ଜିଓ ଷ୍ଟୁଡିଓ ସହିତ ସେ ୩ ଫିଲ୍ମରେ କାମ କରିବାକୁ ଚୁକ୍ତି କରିଛନ୍ତି । ପ୍ରତ୍ୟେକ ଫିଲ୍ମର କାହାଣୀ ଓ ତାଙ୍କ ଚରିତ୍ର ଭିନ୍ନ ହେବ । ସବୁ ପ୍ରୋଜେକ୍ଟ ମଜାଦାର ବୋଲି ଶୁଣିବାକୁ ମିଳୁଛି ।
ଫିଲ୍ମ ‘ପ୍ୟାର୍ କା ପଞ୍ଚନାମା’ ଓ ‘ହୈ ମମ୍ମି’ ଭଳି ଫିଲ୍ମରେ ଅଭିନୟ ଲାଗି ସୋନାଲି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ସେ ସାଇନ୍ କରିଥିବା ୩ ଫିଲ୍ମ ମଧ୍ୟରେ ପ୍ରଥମଟି ରୋମାଣ୍ଟିକ୍ ହରର୍ ଫିଲ୍ମ ‘ଅସେକ୍’ ଯାହା ଗତ ଜୁନ୍ ମାସରେ ମୁକ୍ତିଲାଭ କରିଥିଲା । ଏଥିରେ ସେ ବର୍ଦ୍ଧନ ପୁରୀଙ୍କ ଅପୋଜିଟ୍ରେ ନଜର ଆସିଥିଲେ । ବିବାହ ପରେ ଏଇଟି ସୋନାଲିଙ୍କର ପ୍ରଥମ ମୁକ୍ତିପ୍ରାପ୍ତ ଫିଲ୍ମ ଥିଲା । ଫିଲ୍ମର ପ୍ରମୋସନ୍ ପାଇଁ ସେ ନିଜ ହନିମୁନ୍ ଯୋଜନାକୁ ମଧ୍ୟ ବାତିଲ କରିଥିଲେ। ହାତରେ ଥିବା ଆଉ ଦୁଇ ଫିଲ୍ମ ମଧ୍ୟରେ ଗୋଟିଏ କମେଡି ଓ ଅନ୍ୟଟି ରୋମାଣ୍ଟିକ୍ କମେଡି । ଖୁସି ଖବର ଚଳିତ ବର୍ଷ ଦୁଇଟି ଯାକ ଫିଲ୍ମ ମୁକ୍ତିଲାଭ କରିବ। ଏହାସହ ଫିଲ୍ମ ‘ନୂରାନି ଚେହ୍ରା’ରେ ସେ ନୱାଜୁଦ୍ଦିନ ସିଦ୍ଦିକି ଓ ନୂପୁର ସାନନ୍ଙ୍କ ସହ ନଜର ଆସିବା ସହ ‘ବୁନ୍ଦି ରାଇତା’ରେ ମଧ୍ୟ ତାଙ୍କର କ୍ରେଜ୍ ଦେଖିବାକୁ ମିଳିବ ।