ଓଡ଼ିଶା 365 (ବ୍ୟୁରୋ) : ମଧ୍ୟପ୍ରଦେଶ ଉନ୍ମୋଚିତ ହେଲା ବହୁପ୍ରତିକ୍ଷିତ ସନାତନ ଧର୍ମର ପୁନଃ ସଂସ୍ଥାପକ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ୧୦୮ ଫୁଟ ଉଚ୍ଚର ବିରାଟ ପ୍ରତିମୂର୍ତ୍ତି । ଗୁରୁବାର ଓଁକାରେଶ୍ବରର ମାନ୍ଧାତା ପର୍ବତ ଉପରେ ସ୍ଥାପିତ ଏହି ପ୍ରତିମୂର୍ତ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ଅନେକ ଧର୍ମଗୁରୁଙ୍କ ଉପସ୍ଥିତିରେ ଉନ୍ମୋଚିତ ହୋଇଛି । ମୂର୍ତ୍ତିର ଓଜନ ୧୦୦ଟନ ହୋଇଥିବା ବେଳେ ଏହା ୩ଟି ଧାତୁରେ ନିର୍ମିତ । ମାନ୍ଧାତା ପର୍ବତ ନର୍ମଦା ନଦୀ କୂଳରେ ପ୍ରାୟ ୧୧.୫ ହେକ୍ଟର ଜମିରେ ସ୍ଥାପିତ ହୋଇଛି ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ଏହି ପ୍ରତିମୂର୍ତ୍ତି ।
ମହାରାଷ୍ଟ୍ର ସୋଲାପୁରର ପ୍ରସିଦ୍ଧ ମୂର୍ତ୍ତିକାର ଭଗବାନ ରାମପୁର ଗଢିଛନ୍ତି ।ଏ ନେଇ ସେ ଇଟିଭି ଭାରତ ସହିତ ଆଲୋଚନା ମଧ୍ୟ କରିଛନ୍ତି । ଏହି ମୂର୍ତ୍ତି ଗଢିବା ସମୟର ଅନୁଭୂତି ବଖାଣିବା ବେଳେ ଭାବବିହ୍ବଳ ହୋଇପଡ଼ିଥିଲେ ମୂର୍ତ୍ତି କାରିଗର ଭଗବାନ । ଭଗବାନ ଶଙ୍କରଙ୍କ ଅଂଶାବତାର ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ୧୨ ବର୍ଷର ଏହି ପ୍ରତିମୂର୍ତ୍ତି ୧୬ ଫୁଟ ପଦ୍ମଫୁଲ ଉପରେ ସ୍ଥାପନ କରାଯାଇଛି । ଏହି ପ୍ରତିମୂର୍ତ୍ତି ପ୍ରସିଦ୍ଧ ଚିତ୍ରକାର ବାସୁଦେବ କାମତଙ୍କ ଦ୍ବାରା ଫଟୋଚିତ୍ର ଆଧାରରେ ଏହାର ନିର୍ମାଣ କରାଯାଇଛି ।