ଓଡ଼ିଶା 365 (ବ୍ୟୁରୋ): ଆମ୍ବଡା ରୋଗ ପାଇଁ ସାଜିଥାଏ ରାମବାଣ । ଆମ୍ବଡା ଏକ ଖଟା ଜାତୀୟ ଜଙ୍ଗଲୀ ଫଳ । ଏହି ଗଛ ଫିଲିପାଇନ୍ସ ଓ ଇଣ୍ଡୋନେସିଆରୁ ଆସିଛି । ଏହି ଫଳ ବୈଜ୍ଞାନିକ ନାମ ସ୍ପୋନଡିଆସ୍ ପିନାଟା । ଇଂରାଜୀରେ ଏହାକୁ ହଗ୍ ପ୍ଲମ୍ କୁହାଯାଏ । ଏହି ଫଳ ଜୁଲାଇ, ସେପ୍ଟେମ୍ବର ମାସରେ ଫଳିଥାଏ । ଓଡ଼ିଶାର ଲୋକମାନେ ଏହି ଫଳର ଚୋପାକୁ ମଧ୍ୟ ଆଚାର ତିଆରି କରି ଖାଇବା ସହ ବିକ୍ରି ମଧ୍ୟ କରିଥାନ୍ତି ।
ଏହା ଦେଖିବାକୁ ଅଣ୍ଡା ଆକୃତିର । ଏହାର ରଙ୍ଗ ଈଷତ ସବୁଜ ହୋଇଥାଏ । ହେଲେ ଏହା ପାଚିିବା ପରେ ଏହାର ରଙ୍ଗ ହଳଦିଆ ହୋଇଯାଇଥାଏ । ଏହି ଫଳର ଭିତରେ ମଞ୍ଜି ଥାଏ । ଏହି ଫଳର ଆକାର ୩୫-୫୦ ମି.ମି ହୋଇଥାଏ । ଏହି ଫଳ ଖାଇବା ଦ୍ୱାରା ପେଟ ସମସ୍ୟା, ଚର୍ମ ରୋଗ, କ୍ଷତ ସ୍ଥାନ, ବାନ୍ତି ଏବଂ ଡାଇରିଆ ଆଦି ଭଲ ହୋଇଯାଇଥାଏ ।
ଆନୋରକ୍ସିଆ ଭଳି ରୋଗର ଆଶଙ୍କା ମଧ୍ୟ କମ କରିବାରେ ଏହା ସାହାର୍ଯ୍ୟ କରିଥାଏ । ଏହି ଫଳରେ ପ୍ରାୟ ୩୫ଟି ଫାଇଟୋକେମିକାଲ୍ସ ରହିଛି । କୁଇନନ୍, ଆଲ୍କାଲଏଡ୍, ଫିନଲ୍, ଫ୍ଲାବୋନୋଏଡ୍, ଗ୍ଲାଇକୋସାଇଡ୍, ଟାନିନ୍, କ୍ୟୁମାରିନ୍ ଇତ୍ୟାଦି ଭରି ରହିଛି । ତେଣୁ ଏହା ଆମ ଶରୀର ପାଇଁ ବେଶ୍ ଳାଭଦାୟକ ହୋଇଥାଏ ।