ଓଡ଼ିଶା 365 (ବ୍ୟୁରୋ): ନଖ ସୁନ୍ଦର ଦେଖାଯିବା ପାଇଁ ଲୋକମାନେ ଅନେକ ଉପାୟ ଆପଣେଇଥାନ୍ତି। କିଛିଲୋକ ଘରୋଇ ଉପଚାର କରିଥାନ୍ତି ଆଉ କିଛି ବିୟ୍ୟୁଟିପାର୍ଲର ଯାଇ ଅନେକ ଟଙ୍କା ଖର୍ଚ୍ଚ କରି ନଖକୁ ସୁନ୍ଦର କରିଥାନ୍ତି । ସମସ୍ତଙ୍କୁ ପ୍ରାୟତଃ ଧଳା ନଖ ପସନ୍ଦ ହୋଇଥାଏ । ହେଲେ ବର୍ତ୍ତମାନ ସମୟରେ ନଖକୁ ଅନେକ ରଙ୍ଗରେ ସଜାଯାଉଛି ।
ହେଲେ ଆପଣ ଜାଣନ୍ତି କି, ହଳଦିଆ ନଖ କିଛି ରୋଗର ସଙ୍କେତ ହୋଇଥାଏ, ଏହି ରୋଗକୁ ‘ୟେଲୋ ନେଲ ସିଣ୍ଡ୍ରୋମ’ କୁହାଯାଏ। ଯେଉଁମାନଙ୍କର ୟେଲୋ ନେଲ ସିଣ୍ଡ୍ରୋମ ଅଛି ସେମାନଙ୍କ କ୍ଷେତ୍ରରେ ଫୁସଫୁସ୍ ଏବଂ ଲିମ୍ଫାଟିକ୍ ଭଳି ସମସ୍ୟା ଦେଖାଦେଇନଥାଏ। ଏହାର ପ୍ରକୃତ କାରଣ ଏପର୍ୟ୍ୟନ୍ତ ଜଣା ପଡିନାହିଁ। ତେବେ ଆସନ୍ତୁ ଜାଣିବା ୟେଲୋ ନେଲ ସିଣ୍ଡ୍ରୋମ ଫଳରେ କେଉଁ କେଉଁ ରୋଗ ସୃଷ୍ଟି ହୋଇଥାଏ ।
ଯେଉଁମାନେ ଶ୍ଵାସ ରୋଗ ଯେପରି କ୍ରନିକ ବ୍ରୋଙ୍କାଇଟିସ, ସାଇନୋସାଇଟିସ ସମସ୍ୟା ରହିଥାଏ ସେମାନଙ୍କୁ ୟେଲୋ ନେଲ ସିଣ୍ଡ୍ରୋମ ହୋଇଥାଏ। ବେଳେବେଳେ ଫଙ୍ଗାଲ୍ ଇନଫେକ୍ସନ ହେତୁ ନଖଗୁଡିକ ହଳଦିଆ, ମୋଟା ହୋଇ ଭାଙ୍ଗିବା ଆରମ୍ଭ କରେ। ଏହି ପ୍ରକ୍ରିୟାକୁ ଅନାଇକୋମାଇକୋସିସ୍ କୁହାଯାଏ। ଏଣୁ ଫଙ୍ଗାଇ ଇନଫେକ୍ସନ ୟେଲୋ ନେଲ ସିଣ୍ଡ୍ରୋମର ଅନ୍ୟ ଏକ କାରଣ। ତେଣୁ ଆପଣଙ୍କ ନଖ ହଳଦିଆ ପଡିଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।