ଓଡ଼ିଶା 356 (ବ୍ୟୁରୋ): ଚର୍ଚ୍ଚାରେ ବାପା-ପୁଅ ଯୋଡ଼ି । ଏଥର ବଡ଼ ପରଦାରେ ଏକାଠି ଧମାଲ୍ କରିବେ ସଞ୍ଜୟ ଦତ୍ତ ଏବଂ ଟାଇଗର ଶ୍ରଫ । ‘ହେରା ଫେରି’, ‘ଆୱାରା ପାଗଲ ଦିୱାନା’, ‘ଓ୍ବେଲକମ ଫ୍ରାଞ୍ଚାଇଜ’ ଭଳି ହିଟ ଫିଲ୍ମ ନିର୍ମାଣ କରିଥିବା ଫିରୋଜ ଏ ନାଡିଆଡୱାଲା ପୁଣି ଥରେ ଦର୍ଶକଙ୍କୁ ଭେଟିଦେବାକୁ ଯାଉଛନ୍ତି ଏକ ନୂଆ ଉପହାର । ଯାହା ଦର୍ଶକଙ୍କ ଦିଲ୍ ଖୁସ୍ କରିଦେବ । ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଫିରୋଜ ଏ ନାଡିଆଡୱାଲା ବଲିଉଡର ଦୁଇ ଭିନ୍ନ ପିଢିର ଆକ୍ସନ ହିରୋଙ୍କୁ ଏକାଠି ନେଇ ସିନେମା ନିର୍ମାଣ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ବାପ-ପୁଅ ଯୋଡ଼ିର ସିନେମା ଦର୍ଶକଙ୍କୁ ବେଶ ମନୋରଞ୍ଜନ କରିବ ବୋଲି ବି କୁହାଯାଉଛି। ଫିରୋଜ ତାଙ୍କର ଆଗାମୀ ପ୍ରୋଜେକ୍ଟ ପାଇଁ ହିନ୍ଦୀ ସିନେମାର ଖଳନାୟକ ସଞ୍ଜୟ ଦତ୍ତ ଏବଂ ଟାଇଗର ଶ୍ରଫଙ୍କୁ ସାଇନ କରିଛନ୍ତି। ସିନେମାର ନାମ ହେଉଛି ‘ମାଷ୍ଟର ବ୍ଲାଷ୍ଟର’। କମେଡି ସହିତ ସଞ୍ଜୁ ବାବା ଏବଂ ଟାଇଗର ଶ୍ରଫଙ୍କ ଆକ୍ସନ ଅବତାର ମଧ୍ୟ ଏହି ସିନେମାରେ ଦେଖିବାକୁ ମିଳିବ।
ସୂଚନା ଅନୁସାରେ, ଫିଲ୍ମର ସୁଟିଂ ହଂକଂ, ମକାଉ ଏବଂ ଚାଇନାରେ ହେବ। ହିନ୍ଦୀ ସିନେମା ଇତିହାସରେ ପ୍ରଥମ ଥର ହେବାକୁ ଯାଉଥିବା ଏହି ଫିଲ୍ମରେ ଅନେକ ନୂଆ ଟେକ୍ନୋଲୋଜି ମଧ୍ୟ ବ୍ୟବହୃତ ହେବ। ସଞ୍ଜୟ ଦତ୍ତଙ୍କୁ ବର୍ତ୍ତମାନ ତାଙ୍କ ପୁଅଙ୍କ ସହ କାମ କରୁଥିବା ଦେଖିବାକୁ ମିଳିବ। ପ୍ରଥମଥର ପାଇଁ ବାପା ସଞ୍ଜୟ ଦତ୍ତଙ୍କ ସହ ପୁଅ ଟାଇଗର ଶ୍ରଫ ସ୍କ୍ରିନ ସେୟାର କରିବେ। ଯାହା ଦର୍ଶକ ମାନଙ୍କ ପାଇଁ ଏକ ଖୁସି ଖବର ।