ଓଡ଼ିଶା 365 (ବ୍ୟୁରୋ): ଲୋୟର୍ ପିଏମଜିରେ ଗର୍ଜିଲେ ଶହଶହ ଅଙ୍ଗନବାଡି କର୍ମୀ । ୧୦ ଦଫା ଦାବି ନେଇ ରାଜଧାନୀର ଲୋୟର୍ ପିଏମଜିରେ ଆନ୍ଦୋଳନ କରୁଛନ୍ତି ଶହଶହ ଅଙ୍ଗନବାଡି କର୍ମୀ। ଅଙ୍ଗନବାଡି କର୍ମୀଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ସହିତ ମାସିକ ଦରମା ୧୮ହଜାର ଟଙ୍କା ଦେବାକୁ ଦାବି କରାଯାଇଛି । ଅଙ୍ଗନବାଡି ସହାୟିକାଙ୍କୁ ୯ହଜାର ଟଙ୍କା ଦରମା ଦେବାକୁ ଦାବି ହୋଇଛି ।
ଖାଲି ସେତିକି ନୁହେଁ, ସୁପ୍ରିମକୋର୍ଟ ନିର୍ଦ୍ଦେଶ ଅନୁସାରେ ଗ୍ରାଚ୍ୟୁଇଟି ପ୍ରଦାନ କରିବାକୁ ବି ସଂଘ ପକ୍ଷରୁ ଦାବି ହୋଇଛି। ଗ୍ରୀଷ୍ମ ଛୁଟି ପ୍ରଦାନ କରିବାକୁ ବି ଦାବି କରିଛନ୍ତି ଅଙ୍ଗନବାଡି କର୍ମୀ। ଗାଁ କଲ୍ୟାଣ ସମିତିରୁ ଅଙ୍ଗନବାଡି କର୍ମୀଙ୍କୁ ବାଦ୍ ଦିଆଯିବାକୁ ମଧ୍ୟ ଦାବି କରାଯାଇଛି।ଅଙ୍ଗନବାଡି କର୍ମୀଙ୍କୁ ଶିକ୍ଷୟିତ୍ରୀ ମାନ୍ୟତା ଦାବି ସହ ଅବସରକାଳୀନ ସହାୟତା ଓ ୫ହଜାର ପେନସନ ଦାବି କରିଛନ୍ତି। ପୂର୍ବରୁ ସରକାର ଏହିସବୁ ପ୍ରତିଶୃତି ପୂରଣ କରିବାକୁ କଥା ଦେଇ ଭୁଲିଗଲେ ରାଜ୍ୟ ସରକାର। ଏହାର ପ୍ରିବାଦରେ ପୁଣି ଥରେ ରାଜରାସ୍ତାରେ ଓହ୍ଲାଇଛନ୍ତି ଅଙ୍ଗନବାଡି କର୍ମୀ।