ଓଡ଼ିଶା 365 (ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କାୟା ବିସ୍ତାର କରିଚାଲିଛି ଡେଙ୍ଗୁ। ବିଶେଷ କରି ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । ଏହି କ୍ରମରେ ଆଜି ଗୋଟିଏ ଦିନରେ ପୁଣି ୮୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ଡେଙ୍ଗୁ ରୋଗୀ ସଂଖ୍ୟା ୪ ହଜାର ପାର କରିଛି । ଅଗଷ୍ଟ ମାସରେ ୧୯ ଶହ ରୋଗୀ ଚିହ୍ନଟ ହୋଇଥିବା ବେଳେ ସେପ୍ଟେମ୍ବର ୨୧ ଦିନରେ ୨୬୦୦ରୁ ଅଧିକ ରୋଗୀ ଚିହ୍ନଟ ହୋଇଛନ୍ତି । କେବଳ ସହିଦନଗରୁ ୨୫୦ ଚିହ୍ନଟ ହେଲେଣି ।
ଗତକାଲି କ୍ୟାପିଟାଲ ହସ୍ପିଟାଲରେ ନୂଆପଲ୍ଲୀ ୟୁପିଏଚସିରୁ ଏବଂ ପଟିଆରୁ ମୋଟ ୫୨୬ ଟି ନମୁନା ସଂଗ୍ରହ କରାଯାଇଥିବା ବେଳେ ସେଥିରୁ ୮୬ ଜଣଙ୍କର ପଜିଟିଭ ବାହାରିଛନ୍ତି । ଫଳରେ ରାଜଧାନୀରେ ଡେଙ୍ଗୁର ପରିସ୍ଥିତି ଅଣାୟତ ହେବାରେ ଲାଗିଛି । ସେପ୍ଟେମ୍ବର ୧୮ ତାରିଖରେ ୧୪୮ ରୋଗୀ ଚିହ୍ନଟ ହୋଇଥିଲେ । ସେହିପରି ଗତ ୧୭ ତାରିଖରେ ୧୨୬ ରୋଗୀ ଚିହ୍ନଟ ହୋଇଥିଲେ ।