ଓଡ଼ିଶା 365 (ବ୍ୟୁରୋ): ଅଙ୍ଗୁର ଖାଇବା ପାଇଁ ଛୋଟ ଠାରୁ ବୟସ୍କ ସମସ୍ତେ ଭଲପାଆନ୍ତି । ଅଙ୍ଗୁର ସ୍ୱାଦରେ ମିଠା ଓ ଖଟା ହୋଇଥାଏ । ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ ଲାଭଦାୟକ । ସବୁଜ ଏବଂ କଳା ଅଙ୍ଗୁର ବ୍ୟତୀତ ଆପଣ ନାଲି ଅଙ୍ଗୁର ମଧ୍ୟ ଖାଇଥିବେ। ଲାଲ୍ ଅଙ୍ଗୁର ଭାରତରେ ଖୁବ୍ କମ୍ ମିଳେ । ହେଲେ ଏହାକୁ ଲୋକମାନେ ବହୁତ ପରିମାରରେ ଖାଇଥାନ୍ତି । ଏଥିରୁ ରେଡ୍ ୱାଇନ୍ ମଧ୍ୟ ପ୍ରସ୍ତୁତ କରାଯାଏ।
ଆପଣ ଜାଣନ୍ତି କି, ନାଲି ଅଙ୍ଗୁର ଖାଇବା ଦ୍ୱାରା ହୃଦୟ ସୁସ୍ଥ ରହିଥାଏ। ଏଥିରେ ମିଳୁଥିବା ଫ୍ଲାଭୋନାଏଡ ଏବଂ ପଲିଫେନୋଲ ନାମକ ଆଣ୍ଟିଅକ୍ସିଡାଣ୍ଟ ହୃଦୟ ଧମନୀକୁ ରକ୍ଷା କରିଥାଏ । ନାଲି ଅଙ୍ଗୁର ନିୟମିତ ଖାଇବା ଦ୍ୱାରା ହୃଦୟ ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା ମଧ୍ୟ କମିଯାଏ। ଏହାସହ ଓଜନ ବୃଦ୍ଧିକୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ନାଲି ଅଙ୍ଗୁରରେ ଆଣ୍ଟି-ଅକ୍ସିଡାଣ୍ଟ ଥାଏ ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ।
ଏହାସହ ନାଲି ଅଙ୍ଗୁରରେ ମିଳୁଥିବା ପଲିଫେନୋଲିକ୍ ଏନଜାଇମ୍ ପରି ଫ୍ଲାଭୋନାଏଡ୍ ଏବଂ ରିସଭେରାଟ୍ରୋଲ୍ ଅକ୍ସିଡେଟିଭ୍ ଚାପ ହ୍ରାସ କରିବାରେ ସାହାର୍ଯ୍ୟ କରେ। ଏହା ଦ୍ୱାରା ମସ୍ତିଷ୍କ ଠିକ୍ ଭାବରେ କାମ କରିଥାଏ । ଏହା ଆପଣଙ୍କ ହାଡ଼କୁ ମଧ୍ୟ ମଜବୁତ ରଖିବ । ତେଣୁ ଆପଣ ଦୈନଦିନ ଜୀବନରେ ନାଲି ଅଙ୍ଗୁର ଖାଆନ୍ତୁ ଏବଂ ସୁସ୍ଥ ରୁହନ୍ତୁ ।