ଓଡ଼ିଶା365(ବ୍ୟୁରୋ): ଉତ୍ତରପ୍ରଦେଶର କାନପୁରରେ ଅଭାବନୀୟ ଘଟଣା। ପତ୍ନୀ ସହ ଝଗଡ଼ା କରି ଜଣେ ବ୍ୟକ୍ତି ନିଜ ଝିଅକୁ ହତ୍ୟା କରିଥିବା ଜଣାପଡ଼ିଛି। ପାଖପଡ଼ିଶା ଯେତେବେଳେ ଏ ସଂପର୍କରେ ଜାଣିବାକୁ ପାଇଲେ ସେମାନେ ଅଭିଯୁକ୍ତକୁ ଏକ ଗଛରେ ବାନ୍ଧି ଦେଇଛନ୍ତି। ପତ୍ନୀଙ୍କ ଅଭିଯୋଗ ପରେ ହତ୍ୟାକାରୀ ବାପାକୁ ଗିରଫ କରିଛି ପୁଲିସ୍। ଘଟଣାଟି ଘଟିଛି ପଶ୍ଚିମ ପାରା ଅଞ୍ଚଳରେ। ଏଠାରେ ଥିବା ତୁଳସୀପୁର ଗାଁର ଜଣେ ନୀରିହ ଶିଶୁ ନିଜ ବାପାଙ୍କ ରାଗର ଶିକାର ହୋଇଛି। ତୁଳସୀପୁର ଗାଁର ରାଜୀବ ରାଜପୁତ ନିଜ ପତ୍ନୀ ଓ ଦୁଇ ପିଲାଙ୍କ ସହ ରହୁଥିଲେ। ଗୁରୁବାର ରାତିରେ ରାଜୀବଙ୍କର ନିଜ ପତ୍ନୀ ନେହାଙ୍କ ସହ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ଏଥିରେ ରାଗିଯାଇ ଠେଙ୍ଗାରେ ନିଜ ଦେଢ଼ ବର୍ଷର ଝିଅକୁ ବାଡ଼େଇବା ସହ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ନିଜ ଝିଅକୁ ହତ୍ୟା କରିବା ପରେ ଆସି ଘର ବାହାରେ ବସି ପଡ଼ିଥିଲା। ତାଙ୍କ ଘରପାଖ ଲୋକ ଯେତେବେଳେ ଏ ସଂପର୍କରେ ଜାଣିବାକୁ ପାଇଲେସେମାନେ ପୁଲିସକୁ ଫୋନ କରି ଘଟଣା ସମ୍ପର୍କରେ ଜଣାଇଥିଲେ ।