ଓଡ଼ିଶା 365 (ବ୍ୟୁରୋ): ଉପର ମୁଣ୍ଡାରେ ଲଗାଣ ବର୍ଷା ଯୋଗୁଁ ବଢୁଛି ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର । ଏହାକୁ ଦୃଷ୍ଟିରେ ରଖି ପୁଣି ପୁଣି ଖୋଲିଛି ହୀରାକୁଦ ଜଳ ଭଣ୍ଡାରର ୧୬ଟି ଗେଟ୍। ଜଳ ଭଣ୍ଡାରର ଗେଟ ଖୋଲିବା ପାଇଁ ହୀରାକୁଦ କତୃପକ୍ଷ ଦ୍ୱାରା ନିଷ୍ପତ୍ତି ନିଆଯାଇଥିଲା । ଗତକାଲି ୬ଟି ଗେଟ ଖୋଲାଯାଇଥିବା ବେଳେ ଆଜି ଆଉ ୧୬ଟି ଗେଟ ଖୋଲାଯାଇଛି । ବର୍ତ୍ତମାନ ୨୨ ଟି ଗେଟ ଦେଇ ବର୍ଷା ଜଳ ନିଷ୍କାସିତ ହେଉଛି ।
ସୂଚନାଯୋଗ୍ୟ, ଦୁଇଦିନ ପୂର୍ବରୁ ଉପର ମୁଣ୍ଡରେ ବର୍ଷାର ପରିମାଣ କମିବାରୁ ହୀବଢିବାକୁ ଲାଗିଛି ହୀରାକୁଦ ସମସ୍ତ ଗେଟ ବନ୍ଦ କରିଥିଲା । କିନ୍ତୁ ଗତକାଲିଠାରୁ ଉପର ମୁଣ୍ଡରେ ପୁଣି ଜାରି ରହିଛି ଲଗାଣ ବର୍ଷା। ଏଣୁ ଗତକାଲି ୬ ଟି ଗେଟ ଖୋଲା ଯାଇଥିଲା । ବାମ ପାର୍ଶ୍ଵର ୪ ଟି ଓ ଡାହାଣ ପାର୍ଶ୍ୱର ୨ ଗେଟ ଦେଇ ବର୍ଷା ଜଳ ନିଷ୍କାସନ ହେଉଥିଲା । କିନ୍ତୁ ଆଜି ହୀରାକୁଦର ଆଉ ୧୬ଟି ଗେଟ ଖୋଲାଯାଇଛି । ସକାଳେ ୧୦ଟି ଗେଟ ଖୋଲା ଯାଇଥିବା ବେଳେ ଏବେ ପରିସ୍ବଥିତିକୁ ଦେଖି ଆଉ ୬ଟି ଗେଟ ଖୋଲାଯାଇଛି । ଦିନ ୧୨ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରକୁ ୧ ଲକ୍ଷ ୫୮ ହଜାର ୮୯୨ କ୍ୟୁସେକ ଜଳ ପ୍ରବେଶ କରୁଥିଲା । ସେତେବେଳେ ହୀରାକୁଦ ଜଳଭଣ୍ଡାରର ଜଳସ୍ଥର ୬୨୯.୧୦ ଫୁଟ ରହିଥିଲା ।ଏ ନେଇ ସୂଚନା ଦେଇଛନ୍ତି ହୀରାକୁଦ ଜଲଭଣ୍ଡାର ମୁଖ୍ୟଯନ୍ତ୍ରୀ ।