ଓଡ଼ିଶା 365 (ବ୍ୟୁରୋ): ଲାଞ୍ଚ ନେଦଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପଞ୍ଚାୟତ ଜିଆରଏସ୍ । ଛେଣ୍ଡିପଦା ବ୍ଲକ ମାଛକୁଟା ପଞ୍ଚାୟତ ଜିଆରଏସ୍ ଯଦୁମଣି ମାଝୀ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଘର କରେଇଦେବା ପାଇଁ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ହାତରେ ଧରାପଡିଛନ୍ତି ।
ସୂଚନା ଅନୁସାରେ, ପୋଡ଼ପୋଡ଼ା ଗାଁର ପୂର୍ଣ୍ଣଚନ୍ଦ୍ର ନାୟକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରର ଫାଇନାଲ ବିଲ ସହ ବୋନସ ଅର୍ଥ ଦେବାପାଇଁ କହି ୪ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଜିଆରଏସ୍ ଯଦୁମଣି ମାଝୀ । ଲାଞ୍ଚ ନ ଦେଇ ବାରମ୍ବାର ଦୌଡ଼ିବା ସତ୍ୱେ ତାଙ୍କ ବିଲ ପାସ ହେଉନଥିଲା । ବାଧ୍ୟ ହୋଇ ସେ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଆଜି ଭିଜିଲାନ୍ସ ବିଭାଗର ଯୋଜନା ମୂତାବକ ୪ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଯଦୁମଣି ମାଝୀ କୁ ଭିଜିଲାନ୍ସ ବିଭାଗ କାବୁ କରିଥିଲା । ତାଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି ।