ଓଡ଼ିଶା 365 (ବ୍ୟୁରୋ): ଚୀନର ହାଙ୍ଗଝୁ ଠାରେ ସେପ୍ଟେମ୍ବର ୨୩ରୁ ଆରମ୍ଭ ହେବ ୧୯ତମ ଏସୀୟ କ୍ରୀଡା ମହାକୁମ୍ଭ। ୫୬ଟି ଭେନ୍ୟୁରେ ସମସ୍ତ ଇଭେଣ୍ଟ୍ ଖେଳାଯିବ ।ଭାରତରୁ ମୋଟ ୬୫୫ ଆଥଲେଟ୍ ପ୍ରତିନିଧିତ୍ୱ କରୁଥିବାବେଳେ ସେଥିରେ ମୋଟ୍ ୧୩ଜଣ ଓଡିଆ ରହିଛନ୍ତି । ସେଥିରେ ଭାରତୀୟ ବାୟୁସେନାରେ କାର୍ଯ୍ୟରତ ଓଡ଼ିଶାର ସାଇକଲ୍ ଚାଳକ ଦୀନେଶ କୁମାର ଏସୀୟ ଟିକଟ୍ ପାଇବାରେ ପ୍ରଥମ ଓଡ଼ିଆ ହେବାର ଗୌରବ ଅର୍ଜନ କରିଛନ୍ତି।
ହାଙ୍ଗଝୁ ଠାରେ ଦୀନେଶ ଦଳଗତ ବର୍ଗରେ ପରସୁଇଟରେ ଭାଗନେବେ। ଏଥି ପାଇଁ ସେ ଗୁରୁବାର ଚୀନ ଅଭିମୁଖେ ଯାତ୍ରା କରିଛନ୍ତି। ରାଉରକେଲା ବାସନ୍ତୀ କଲୋନି ରହୁଥିବା ଦୀନେଶ ୨୦୧୪ରୁ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ୍ରେ ଥିବା ଆରଏସପିର ସାଇକ୍ଲିଂ ଟ୍ରାକରେ ଗୁରୁ ସୁଶୀଲ କୁମାର ଦାସଙ୍କ ତତ୍ତ୍ୱାବଧାନରେ ପେଡାଲ୍ ମାଡ଼ିବା ଆରମ୍ଭ କରିଥିଲେ। ସୁନ୍ଦରଗଡ଼ ଜିଲ୍ଲାରୁ ଚତୁର୍ଥ ଖେଳାଳି ଭାବେ ଦୀନେଶ ଏସୀୟ କ୍ରୀଡ଼ାରେ ସୁଯୋଗ ପାଇଛନ୍ତି। ଚୀନରେ ଅନୁଷ୍ଠିତ ଏହି ଏସୀୟ କ୍ରିଡ଼ାରେ ଓଡିଆ ପୁଅ ଦୀନେଶ କୁମାର ପଦକ ଜିତି ଆସନ୍ତୁ ବୋଲି କ୍ରିଡ଼ାପ୍ରେମୀ ଆଶା ରଖିଛନ୍ତି।