ଓଡ଼ିଶା365(ବ୍ୟୁରୋ): ହରିଆଣାର ପାନିପତରେ ଘଟିଛି ଅଭାବନୀୟ ଘଟଣା। ପରିବାର ଲୋକଙ୍କ ସମ୍ମୁଖରେ ୪ ଜଣ ମିଶି ୩ ଜଣ ମହିଳାଙ୍କୁ ଗଣଦୁଷ୍କର୍ମ କରିଛନ୍ତି। ବୁଧବାର ରାତିରେ ଏହି ଜଘନ୍ୟକାଣ୍ଡ ଘଟିଥିବା ଜଣାପଡ଼ିଛି। ହରିଆଣାର ପାନିପତରେ ଗୋଟିଏ ପରିବାରର ୩ ଜଣ ମହିଳାଙ୍କୁ ସେମାନଙ୍କ ଘର ଲୋକଙ୍କ ସମ୍ମୁଖରେ ୪ ଜଣ ଅଜ୍ଞାତ ଲୋକ ଦୁଷ୍କର୍ମ କରିଛନ୍ତି। ଅଭିଯୁକ୍ତମାନେ ଛୁରି ଏବଂ ଅନ୍ୟାନ୍ୟ ଅସ୍ତ୍ର ଅସ୍ତ୍ର ଦେଖାଇ ଏପରି କାଣ୍ଡ କରିଛନ୍ତି। ୪ ଜଣ ଦୁର୍ବୃତ୍ତ ଅଚାନକ ଆସି ପୀଡ଼ିତାମାନଙ୍କ ଘରେ ପଶି ଯାଇଥିଲେ। ସେମାନେ ପ୍ରଥମେ ପରିବାର ଲୋକଙ୍କୁ ଦଉଡ଼ିରେ ବାନ୍ଧି ୩ ଜଣଙ୍କ ସହ ଦୁଷ୍କର୍ମ କରିଥିଲେ।
ତେବେ ୪ଜଣ ଦୁଷ୍କର୍ମ କରିବା ପରେ ମହିଳାମାନେ ପିନ୍ଧିଥିବା ଅଳଙ୍କାର ଲୁଟି ନେଇଛନ୍ତି। ଏହି ଗଣଦୁର୍ଷ୍କର ଘତିଥିବା ସ୍ଥାନରୁ ପ୍ରାୟ ୧ କିଲୋମିଟର ଦୂରରେ ଅନ୍ୟ ଜଣେ ରୋଗାଗ୍ରସ୍ତ ମହିଳାଙ୍କ ଉପରେ ବି ଆକ୍ରମଣ ହୋଇଛି। ଆକ୍ରମଣରେ ତାଙ୍କର ମୃତ୍ୟୁ ଘଟିଛି। ମହିଳାଙ୍କ ସ୍ବାମୀଙ୍କଠାରୁ ଲୁଟ୍ କରି ଅଭିଯୁକ୍ତମାନେ ଟଙ୍କା ଓ ମୋବାଇଲ୍ ନେଇ ଫେରାର୍ ହୋଇଯାଇଛନ୍ତି। ଏହି ଦୁଇଟି ଘଟଣା ଗୋଟାଏ ଗ୍ୟାଙ୍ଗର ସଦସ୍ଯ କରିଛନ୍ତି ନା ନୁହେଁ ତାହା ଜଣାପଡ଼ିନାହିଁ। ଅଭିଯୁକ୍ତମାନେ ମୁହଁରେ ରୁମାଲ ବାନ୍ଧିଥିବାରୁ ମହିଳାମାନେ ମଧ୍ୟ ସେମାନଙ୍କୁ ଚିହ୍ନି ପାରିନାହାନ୍ତି । ପୁଲିସ ତଦନ୍ତ ପରେ ଘଟଣା ଉପରୁ ପରଦା ହଟିବ ଓ ଅଭିଯୁକ୍ତମାନେ ଗିରଫ ହେବେ ।