ଓଡ଼ିଶା365(ବ୍ୟୁରୋ): ଆଗଉଛି ଭାରତ । ଶିକ୍ଷା,ସ୍ୱାସ୍ଥ୍ୟ ଓ ନିଯୁକ୍ତି,ପ୍ରତିରକ୍ଷା ପରେ ରାଜନୀତି କ୍ଷେତ୍ରରେ ମହିଳାଙ୍କୁ ମିଳିବ ଅଧିକ ସୁଯୋଗ। ଆହୁରୀ ସଶକ୍ତ ଓ ସୁଦୃଢ ହେବେ ମହିଳା। ଏନଡିଏ ସରକାରଙ୍କ ନେତୃତ୍ୱରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ମହିଳାଙ୍କ ଲାଗି ୩୩ ପ୍ରତିଶତ ସଂରକ୍ଷଣ ବିଲ୍ ପାସ୍ ହେବା ପରେ ମୋଦିଙ୍କ ସ୍ୱପ୍ନ ପୂରଣ ହୋଇଛି। ଏଣିକି ପୂର୍ବପରି ମହିଳା ଘର କୋଣରେ ନବସି ପଞ୍ଚାୟତ ଠୁ ଲୋକସଭାରେ ନିଜର ଉପସ୍ଥିତି ଜାହିର କରିବେ। ଯାହ ୭୦ବର୍ଷ ଧରି କଂଗ୍ରେସ ସରକାର କରିପାରିନଥିଲା ତାହା ମୋଦି ସରକାର କରିଦେଖାଇଛନ୍ତି।
ରାଷ୍ଟ୍ରପତି ବିଲରେ ମୋହର ମାରିବା କ୍ଷଣି ଆଇନରେ ପରିଣତ ହୋଇଯିବ ନାରୀ ଶକ୍ତି ବନ୍ଦନ ଅଧିନିୟମ। ଅନେକ ବିତର୍କ ପରେ ସର୍ବସମ୍ମତିକ୍ରମେ ଏହି ବିଲ୍ ପାରିତ ହୋଇଛି। ବିରୋଧି ମଧ୍ୟ ସମ୍ମତି ଜଣାଇଛନ୍ତି। ଏଥିସହ ବିଲ୍ରେ ଥିବା ବ୍ୟବସ୍ଥାକୁ ତୁରନ୍ତ ଲାଗୁ କରିବା ଓ ଓବିସି ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ପାଇଁ ଯୁକ୍ତି ବାଢ଼ିଥିଲେ ବିରୋଧି ମାତ୍ର ସରକାର ବିଲ୍ରେ କୌଣସି ପ୍ରକାରର ସଂଶୋଧନ କରି ନାହାନ୍ତି। ବିଲ୍ ସପକ୍ଷରେ ୪୫୪ ଖଣ୍ଡ ଭୋଟ ପଡ଼ିଥିବା ବେଳେ କେବଳ ୨ ଜଣ ସାଂସଦ ଏହାକୁ ବିରୋଧ କରିଥିଲେ। ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ୍ ସପକ୍ଷରେ ୨୧୫ ଭୋଟ୍ ପଡ଼ିଥିଲା। ବିଲ୍ରେ ଉଭୟ ଲୋକସଭା ଓ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ଆସନ ସଂରକ୍ଷିତ ହୋଇ ରହିବ ବୋଲି କୁହାଯାଇଛି। ୩୩% ଫର୍ମୁଲା ଅନୁସାରେ ଲୋକସଭାର ୫୪୩ ଆସନ ମଧ୍ୟରୁ ୧୮୧ଟି ମହିଳାମାନଙ୍କ ଲାଗି ସଂରକ୍ଷିତ ରହିବ ।
କିନ୍ତୁ ଏହି ବିଲକୁ ୨୦୨୯ ନିର୍ବାଚନ ପୂର୍ବରୁ ଲାଗୁ ହେବାର ସମ୍ଭାବନା ନଥିବା ବେଳେ ସୀମା ପୁନଃ ନିର୍ଦ୍ଧାରଣ ଓ ଜନ ଗଣନା ପରେ ହିଁ ବିଲ କାର୍ଯ୍ୟକାରୀ ହେବ ବୋଲି ସରକାର କହିଛନ୍ତି । ମାତ୍ର ବିରୋଧି ଏହାକୁ ୨୦୨୪ ନିର୍ବାଚନରେ ଲାଗୁ କରିବାକୁ କହିଛନ୍ତି । କଂଗ୍ରେସ ମହିଳା ସଂରକ୍ଷଣ ବିଲକୁ ସମର୍ଥନ କରିବା ସହ ପୂର୍ବରୁ ରାଜୀବ ଗାନ୍ଧୀ ଏହି ବିଲ୍ ଆଣିଥିଲେ । ଏହି ବିଲ୍ ଦ୍ୱାରା ରାଜୀବ ଗାନ୍ଧୀଙ୍କ ସ୍ୱପ୍ନ ପୂରଣ ହେବ ବୋଲି ସୋନିଆ ଗାନ୍ଧୀ କହିଛନ୍ତି। ମହିଳା ସଂରକ୍ଷଣ ବିଲକୁ ନେଇ ସଂସଦରେ ସୋନିଆଙ୍କ ତେରଛା ବାଣ ମାରିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। କଂଗ୍ରେସ ଦୀର୍ଘଦିନ କ୍ଷମତାରେ ଥିଲା, ଯଦି ସେମାନେ ଚେଷ୍ଟା କରିଥାନ୍ତେ ଏହା କେବେଠାରୁ ପାରିତ ହୋଇସାରିଥାନ୍ତା । ୟୁପିଏ ସରକାର ଏକ ଦୁର୍ବଳ ବିଲ ଆଣିଥିଲେ । ଜନସଂଘ ପ୍ରଥମେ ମହିଳା ସଂରକ୍ଷଣ ପ୍ରସଙ୍ଗ ଉଠାଇଥିଲା ଓ ଏବେ ବିଜେପି ଏହାକୁ ସାକାର କରିଛି।
ବିରୋଧୀ ମେଂଟର ଅନେକ ନେତା ମହିଳା ସଂରକ୍ଷଣ ବିଲ୍ ବାହାନାରେ ବିଜେପିକୁ ଓବିସି ବିରୋଧୀ କହି କାଠଗଡ଼ାକୁ ଟାଣିବାକୁ ପ୍ରୟାସ କରୁଥିବାବେଳେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି, ୨୦୦୪ରୁ ୨୦୧୪ ମଧ୍ୟରେ କେତେ ଜଣ ସଚିବ ଓବିସି ଥିଲେ? କଂଗ୍ରେସର ଯେତେ ଜଣ ସାଂସଦ ଅଛନ୍ତି, ତା’ ଠାରୁ ଅଧିକ ଓବିସି ସାଂସଦ ବିଜେପିର ଥିଲେ ।ଦେଶକୁ ପ୍ରଥମ ଓବିସି ପ୍ରଧାନମନ୍ତ୍ରୀ ବିଜେପି ଦେଇଛି ବୋଲି କହି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ସଂସଦରେ ମହିଳାଙ୍କ ପ୍ରତିନିଧିତ୍ୱ ପ୍ରତିଶତରେଦୃଷ୍ଟିରୁ ଭାରତ ଆଜି ୧୮୫ଟି ଦେଶ ମଧ୍ୟରୁ ୧୪୧ ତମ ସ୍ଥାନରେ ରହିଛି ।
()ମୋଦି ସରକାରଙ୍କ ଏ ପ୍ରୟାସ ବିଶ୍ୱରେ ଭାରତର ଦବଦବା ବଢୁଥିବାବେଳେ ମହିଳମାନଙ୍କର ପ୍ରଗତି ଦେଶକୁ ପହଞ୍ଜାଇବ ସଫଳତାର ଶିଖରରେ। ଆଗକୁ ବଢିବେ ମହିଳା ଆଗକୁ ବଢିବ ଭାରତ।