ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ପରିଣୀତି ଚୋପ୍ରା ଓ ରାଘବ ଚଢ଼ାଙ୍କ ଯୋଡି । ସବୁବେଳେ ଏହି ଯୋଡିକୁ ନେଇ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ହେଉଛି । ଖୁବ୍ ଶୀଘ୍ର ଦୁହେଁ ବିବାହର ବନ୍ଧନରେ ବାନ୍ଧିବାକୁ ଯାଉଛନ୍ତି। ପରୀ ଏବଂ ରାଘବଙ୍କ ବିବାହ ପୂର୍ବ କାର୍ଯ୍ୟ ୨୦ ସେପ୍ଟେମ୍ବରରୁ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା । ଏଭଳି ପରିସ୍ଥିତିରେ ଏବେ ଏହି କପଲ ନିଜ ବିବାହ ପାଇଁ ରାଜସ୍ଥାନର ଉଦୟପୁରକୁ ଯାଇଛନ୍ତି। ସୂଚନା ଅନୁଯାୟୀ, ଆଜି ସକାଳେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପରୀ ଏବଂ ରାଘବଙ୍କୁ ଦେଖିବାକୁ ମିଳିଥିଲା। ଏହାର ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଏହାସହ ଏହି ଫଟୋରେ ଲୋକମାନେ ଡ୍ରମ ବଜେଇ ପରୀ-ରାଘବଙ୍କୁ ସ୍ୱାଗତ କରୁଥିବା ଦେଖିବାକୁ ମିଳୁଛି ।
ଉଦୟପୁର ବିମାନବନ୍ଦରର ଦୃଶ୍ୟରେ ଲୋକମାନେ ପାରମ୍ପାରିକ ପୋଷାକ ପିନ୍ଧି, ଡ଼୍ରମ୍ ଏବଂ ତୂରୀ ବଜାଉଥିବାବେଳେ, ବିମାନବନ୍ଦର ବାହାରେ ଏକ ବଡ ହୋର୍ଡିଂ ମଧ୍ୟ ରଖାଯାଇଛି ଏବଂ ସେଥିରେ ଲେଖାଯାଇଛି ଯେ, ‘ସ୍ଵାଗତ ପରୀ ଏବଂ ରାଘବ ଉଦୟପୁରକୁ।’ ଏହାସହ ଅନେକ ଲୋକ ବିମାନବନ୍ଦର ବାହାରେ ପରୀ- ରାଘବଙ୍କୁ ଦେଖି ନାଚୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ବିମାନ ବନ୍ଦରରେ ରାଘବ ଚଢା ଏବଂ ପରୀ ନୂଆ ଲୁ୍କରେ ନଜର ଆସିଛନ୍ତି । ପରୀ ଏକ ଷ୍ଟାଇଲିସ୍ ଲାଲ ରଙ୍ଗର ଜମ୍ପସୁଟ୍ ପିନ୍ଧିଥିବାବେଳେ ରାଘବ କଳା ରଙ୍ଗର ପୋଷାକରେ ନଜର ଆସିଛନ୍ତି । ଯାହାକୁ ଦେଖି ଫ୍ୟାନ୍ସମାନେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର କମେଣ୍ଟ ଦେବା ସହ ଉଭୟଙ୍କୁ ବିବାହ ପାଇଁ ଶୁଭେଚ୍ଛା ଜଣାଉଛନ୍ତି ।