ଓଡ଼ିଶା 365 (ବ୍ୟୁରୋ): ଆଜି ଦିନ ୧୧ରୁ ସଂସଦରେ ମୌସୁମୀ ଅଧିବେଶନର ଗୃହକାର୍ଯ୍ୟ ଆରମ୍ଭ ହୋଇ ଦିବଙ୍ଗତ ନେତାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହୋଇଛି । ଅଧିବେଶନ ଆରମ୍ଭରୁ ଆସୀନ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ବିଶେଷକରି ପୂର୍ବତନ ବାଚସ୍ପତି ସ୍ୱର୍ଗତଃ ସୂର୍ଯ୍ୟ ନାରାୟଣ ପାତ୍ର, ପୂର୍ବତନ ସଦସ୍ୟ ସ୍ୱର୍ଗତଃ ତ୍ରିଲୋଚନ କାନୁନଗୋ, ସ୍ୱର୍ଗତଃ ରମେଶ ସୋରେନ, ସ୍ୱର୍ଗତଃ ନିବେଦିତା ପ୍ରଧାନ, ସ୍ୱର୍ଗତଃ କୁମାର ବେହେରା, ୪୯ ରାଷ୍ଟ୍ରୀୟ ରାଇଫଲ ପୂର୍ବତନ ଲାନସ ନାଏକ ସ୍ୱର୍ଗତଃ ଦେବାଶିଷ ବିଶ୍ୱାଳ, ୬୦ ସି.ଆର.ପି.ଏଫ୍ ବାଟାଲଆନ୍ ପୂର୍ବତନ କନେଷ୍ଟବଳ (ଜି.ଡି.), ସ୍ୱର୍ଗତଃ ସୁଶାନ୍ତ କୁମାର ଖୁଣ୍ଟିଆ, ଓଡିଶା ପୋଲିସର ପୂର୍ବତନ କନେଷ୍ଟବଳ ସ୍ୱର୍ଗତଃ ସୁଶାନ୍ତ କୁମାର ମହାନ୍ତି ଏବଂ ଓଡିଶା ପୋଲିସ ସମସ୍ତ ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଶୋକ ପ୍ରସ୍ତାବକୁ ସମର୍ଥନ କଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।ଏଣୁ ଦିବଙ୍ଗତ ନେତାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ପରେ ଅପରାହ୍ନ ୫ଟା ଯାଏ ଗୃହ ମୁଲତବୀ ରହିଛି ।
ଆଜି ଅପରାହ୍ନରେ ଅତିରିକ୍ତ ବଜେଟ ଆଗତ ହେବ । ପ୍ରାୟ ୨୧ ହଜାର କୋଟି ଟଙ୍କାର ଅତିରିକ୍ତ ବଜେଟ ଆଗତ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।